ଉତ୍ତରପ୍ରଦେଶ: ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଓ ଗୁଳିଚାଳନା, ୧ ମୃତ

ଉତ୍ତରପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି।  ଭସାଣୀ ଶୋଭାଯାତ୍ରା ସମୟରେ କିଛି ଲୋକ ଆପତ୍ତିଜନକ ସ୍ଲୋଗାନ ଦେବା ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

up

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି।  ଭସାଣୀ ଶୋଭାଯାତ୍ରା ସମୟରେ କିଛି ଲୋକ ଆପତ୍ତିଜନକ ସ୍ଲୋଗାନ ଦେବା ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପ୍ରବଳ ନାରାବାଜି ଓ ପଥରମାଡ଼ ହେବା ସହ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ଉତ୍ତେଜନା ଆହୁରି ବଢିଯାଇଥିଲା। ଏହି ସମୟରେ ଏହି ଦଙ୍ଗାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣା ପରେ ହିନ୍ଦୁବାଦୀ ସଂଗଠନଗୁଡ଼ିକ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ବନ୍ଦ କରି ବିକ୍ଷୋଭ ଆରମ୍ଭ କରିଛନ୍ତି। 

ପୁଲିସ ସୂଚନା ଅନୁଯାୟୀ, ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ କିଛି ଲୋକ ଆପତ୍ତିଜନକ ସ୍ଲୋଗାନ ଦେବାରୁ ଏହି ଘଟଣା ଘଟିଥିଲା। ଏହାପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଉତ୍ତ୍ୟକ୍ତ ଲୋକେ ପଥର ମାଡ଼ ଓ ଗୁଳିଚାଳନା ଆରମ୍ଭ କରିଥିଲେ।

ପୁଲିସ ସୂଚନା ଅନୁଯାୟୀ, ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ କିଛି ଲୋକ ଆପତ୍ତିଜନକ ସ୍ଲୋଗାନ ଦେବାରୁ ଏହି ଘଟଣା ଘଟିଥିଲା। ଏହାପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଉତ୍ତ୍ୟକ୍ତ ଲୋକେ ପଥର ମାଡ଼ ଓ ଗୁଳିଚାଳନା ଆରମ୍ଭ କରିଥିଲେ।

ଗୁଳିମାଡ଼ରେ ରାମ ଗୋପାଳ ମିଶ୍ର (୨୨)ଙ୍କ ମୃତ୍ୟୁ ଘଟିଛି। ଗୁଳି ବାଜିବା ପରେ ତାଙ୍କୁ ବହରାଇଚ ମେଡିକାଲ କଲେଜକୁ ଅଣାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଲୋକେ ପୁଲିସ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ। 
ଏହି ହିଂସାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଥାନାର ପୁଲିସ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କର୍ତ୍ତୃପକ୍ଷ ଲୋକଙ୍କୁ ନିବେଦନ କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe