ବିଶ୍ବକପ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ବ୍ରସେଲ୍‌ଜ୍‌ରେ ଦଙ୍ଗା; ‌ଜଣେ ଗିରଫ, ୧୨ ଅଟକ

ବିଶ୍ବକପ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ବ୍ରସେଲ୍‌ଜ୍‌ରେ ଦଙ୍ଗା; ‌ଜଣେ ଗିରଫ, ୧୨ ଅଟକ

ବ୍ରସେଲ୍‌ଜ୍‌: କତାର୍‌ରେ ଚାଲିଥିବା ‘ଫିଫା’ ବିଶ୍ବକପ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ରାଜଧାନୀ ବ୍ରସେଲ୍‌ଜ୍‌ରେ ଲୋକେ ଦଙ୍ଗାଗୋଳ କରି ଗୋଟାଏ କାର୍‌ ଓ କେତୋଟି ଇଲେକ୍ଟ୍ରିକ୍‌ କାର୍‌ ପୋଡ଼ି ପକାଇବାରୁ ରବିବାର ଦିନ ବେଲ୍‌ଜିୟମ୍‌ ପୁଲିସ ଜଣଙ୍କୁ ଗିରଫ କରିବା ସହିତ ୧୨ଜଣଙ୍କୁ ଅଟକ ରଖିଛି। ଏହାଛଡ଼ା, ସେମାନେ କେତେକ କାର୍‌ ଉପରକୁ ଟେକାପଥର ଫିଙ୍ଗିଛନ୍ତି ଓ ଅନ୍ୟାନ୍ୟ ଯାନବାହନ ଓଲଟାଇ ପକାଇଛନ୍ତି।

ମୋରୋକୀୟ ଜାତୀୟ ପତାକା ଘୋଡ଼ାଇ ହୋଇ ଡଜନାଧିକ ଫୁଟ୍‌ବଲ୍‌ପ୍ରେମୀ ବ୍ରସେଲ୍‌ଜ୍‌ର କେତେକ ଅଞ୍ଚଳରେ ଦଙ୍ଗାଗୋଳ କରିଥିଲେ। ଫଳରେ ପୁଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା।

publive-image Image Courtesy of NDTV

ପୁଲିସ ମୁଖପାତ୍ରୀ ଇଲ୍‌ଜି ଭେନ୍‌ ଡି କିୟିର୍‌ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପରିସ୍ଥିତି ଶାନ୍ତ ପଡ଼ିଥିଲା, କିନ୍ତୁ ଦଙ୍ଗା ହୋଇଥିବା ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ ଅବ୍ୟାହତ ରହିଥିଲା।

ପୁଲିସ କହିଛି, ଦଙ୍ଗକାରୀମାନେ ଦହନଶୀଳ ବିସ୍ଫୋରକ, ହାତରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ଲାଠି ବ୍ୟବହାର କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାଜପଥରେ ନିଆଁ ଜାଳିଥିଲେ। ନିଆଁରେ ଜଣେ ସାମ୍ବାଦିକଙ୍କ ମୁହଁ ବି ପୋଡ଼ିଯାଇଛି। ଫଳରେ ପୁଲିସ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ‘ଏଆଇ ଷ୍ଟାଡିୟମ୍‌’ରେ ‘ଦ୍ବିତୀୟ ଗ୍ରୁପ୍‌ ଏଫ୍‌’ ମୁକାବିଲାରେ ମୋରୋକୋ ବିଶ୍ବର ୨ ନମ୍ବର ଦଳ ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe