ସାଧାରଣତନ୍ତ୍ର ଦିବସରେ ଲର୍ଡ ନାଜିର୍‌ କଶ୍ମୀର ସ୍ୱାଧୀନତା ପାଇଁ ଡାକରା ଦେବାରୁ ଲଣ୍ଡନ୍‌ରେ ସଂଘର୍ଷ

Advertisment
ସାଧାରଣତନ୍ତ୍ର ଦିବସରେ ଲର୍ଡ ନାଜିର୍‌ କଶ୍ମୀର ସ୍ୱାଧୀନତା ପାଇଁ ଡାକରା ଦେବାରୁ ଲଣ୍ଡନ୍‌ରେ ସଂଘର୍ଷ

Image Courtesy of Times Now

ନୂଆଦିଲ୍ଲୀ: ଇଂଲଣ୍ଡ ପାର୍ଲାମେଣ୍ଟ୍‌ର ହାଉସ୍‌ ଅଫ୍‌ ଲର୍ଡସ୍‌ର ସଦସ୍ୟ ପାକିସ୍ତାନୀ ପ୍ରେମୀ ନାଜିର୍‌ ଅହମଦ୍‌ କଶ୍ମୀର ଓ ଖଲିସ୍ତାନର ସ୍ୱାଧୀନତା ଦାବି କରିବାକୁ କଳା ଦିବସ ଆୟୋଜନ କରିବାରୁ ଶୁକ୍ରବାର ସନ୍ଧ୍ୟାବେଳେ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇ କମିସନ୍‌ ବାହାରେ ସଂଘର୍ଷର ସୂତ୍ରପାତ ହୋଇଥିଲା।

ସାଧାରଣତନ୍ତ୍ର ଦିବସ ଦିନ ଏହି ପ୍ରତିବାଦ ଆୟୋଜନ କରାଯାଇଥିବାରୁ ଏହା ଭାରତ ଅନ୍ୟାୟ କରୁଛି ବୋଲି ଦର୍ଶାଉଥିଲା।

କେନ୍ଦ୍ରୀୟ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇ କମିସନ୍‌ ବାହାରେ ଅହମଦ୍‌ଙ୍କ ସମର୍ଥକମାଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିବାଦକୁ ବହୁ ଭାରତୀୟ ଏବଂ ବ୍ରିଟିସ୍‌ ଗ୍ରୁପ୍‌ ବିରୋଧ କରିବାରୁ ପରିସ୍ଥିତି ହିଂସାତ୍ମକ ହୋଇ ଉଠିଥିଲା।

ପାକିସ୍ତାନ ପ୍ରସଙ୍ଗ ଉଠାଇ ସେ କେମିତି ବିଟିସ୍‌ ଶାସନ ବ୍ୟବସ୍ଥାକୁ ବିଦ୍ରୂପ କରୁଛନ୍ତି ବୋଲି ବିରୋଧୀ ପ୍ରତିବାଦକାରୀ ଲର୍ଡ ନାଜିର୍‌ଙ୍କୁ ପ୍ରଶ୍ନ କରିଥିଲେ।

ଲଣ୍ଡନସ୍ଥିତ ଜଣେ ଭାରତୀୟ ସାମାଜିକ କର୍ମୀ ଏବଂ ଲେଖକ ଯୁକ୍ତି ବାଢ଼ିଥିଲେ, ଲର୍ଡ ନାଜିରଙ୍କୁ ମୋର ପ୍ରଶ୍ନ: ମୋ ରାଜ୍ୟ ଜମ୍ମୁ ଓ କଶ୍ମୀରର ସ୍ୱାଧୀନତା ଦାବି କରୁଛନ୍ତି, କିନ୍ତୁ ମୁଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଛାୟା ଯୁଦ୍ଧରୁ ମୁକ୍ତି ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe