ସ୍କୁଲ ନଯିବା ପାଇଁ ଛାତ୍ର ଲେଖିଥିବା ଦରଖାସ୍ତ ହେଲା ଭାଇରାଲ

Advertisment
ସ୍କୁଲ ନଯିବା ପାଇଁ ଛାତ୍ର ଲେଖିଥିବା ଦରଖାସ୍ତ ହେଲା ଭାଇରାଲ

ନୂଆଦିଲ୍ଲୀ: ଅନେକ ପିଲା ସ୍କୁଲ ଯିବାକୁ ଭଲ ପାଆନ୍ତି | ଏମାନେ ସାଙ୍ଗମାନଙ୍କୁ ଭେଟିବା ଏବଂ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ସର୍ବଦା ଉତ୍ସାହିତ ଥାନ୍ତି ଏବଂ କେବେ ବି ବିଦ୍ୟାଳୟ ଛାଡିବାକୁ ଚାହାଁନ୍ତି ନାହିଁ | ହେଲେ କିଛି ପିଲା ବିଦ୍ୟାଳୟକୁ ଯିବାକୁ ପସନ୍ଦ କରନ୍ତି ନାହିଁ ଏବଂ ପ୍ରତିଦିନ ବିଦ୍ୟାଳୟ ନଯିବାକୁ ବାହାନା ଖୋଜନ୍ତି | ଏବେ ସେଭଳି ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଛୁଟି ଦରଖାସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦରଖାସ୍ତରେ ଛାତ୍ରଜଣକ ସ୍ପଷ୍ଟ ଭାବରେ ସ୍କୁଲକୁ ଯିବି ନାହିଁ ବୋଲି ଲେଖିଛନ୍ତି |

ଭାଇରାଲ ହେଉଥିବା ଦରଖାସ୍ତରେ ଲେଖାଯାଇଛି ଯେ, 'ପ୍ରିୟ ମାଡାମ...ମୁଁ ଆସିବି ନାହିଁ, ଆସିବି ନାହିଁ, ଆସିବି ନାହିଁ | ଧନ୍ୟବାଦ... ଆସିବି ହିଁ ନାହିଁ ମୁଁ |' ଏଭଳି ଲେଖି ଶେଷରେ ନିଜ ନାମ ରାକେଶ ବୋଲି ଲେଖିଛି ଛାତ୍ର | ଏବେ ରାକେଶଙ୍କ ଏହି ଦରଖାସ୍ତ ଖୁବ ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe