ଶିକ୍ଷକ ଦ୍ବାରା ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇ ଜୀବନ ହାରିଲେ ଛାତ୍ରୀ

Advertisment

ଆସାମର ତିନସୁକିଆ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଛାତ୍ରୀ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ନିଜ ଜୀବନ ଦେବାକୁ ପଛାଇ ନାହାନ୍ତି।  ଥରେ ନୁହେଁ; ଏପରି ବାରମ୍ବାର କରିଥିଲେ ଶିକ୍ଷକ।

ଆସାମର ତିନସୁକିଆ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଛାତ୍ରୀ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ନିଜ ଜୀବନ ଦେବାକୁ ପଛାଇ ନାହାନ୍ତି।  ଥରେ ନୁହେଁ; ଏପରି ବାରମ୍ବାର କରିଥିଲେ ଶିକ୍ଷକ।

New Project

ଗୌହାଟୀ: ଆସାମର ତିନସୁକିଆ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଛାତ୍ରୀ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ନିଜ ଜୀବନ ଦେବାକୁ ପଛାଇ ନାହାନ୍ତି। 

ଅଭିଯୋଗ ହୋଇଛି ଯେ ଛାତ୍ରୀ ଜଣକ ତାଙ୍କ ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଥରେ ନୁହେଁ; ବାରମ୍ବାର ହୋଇଥିଲେ। ଯାହା ଫଳରେ ସେ ବିଶାଦଗ୍ରସ୍ତ ରହୁଥିଲେ। ଶେ‌ଷ‌ରେ ଆଉ ସହିନପାରି ଜୁଲାଇ ୬ ତାରିଖରେ ନିଜ ଜୀବନ ହାରି ଦେଇଛନ୍ତି। 

ତେବେ ତାଙ୍କ ମୃତ୍ୟୁ ପରେ ପୁଲିସ୍‌ ଏକ ଚାରି ପୃଷ୍ଠାର ନୋଟ୍ ପାଇଛି। ଯେଉଁଥିରେ ସେ ସଂପୂର୍ଣ୍ଣ କଥା ବଖାଣିଛନ୍ତି। ପୀଡ଼ିତାଙ୍କ ନୋଟ୍‌ ପୁଲିସ ଜବତ କରିବା ପରେ ଏହି ମାମଲା ସମଗ୍ର ଆସାମରେ କ୍ରୋଧ ଏବଂ ଆକ୍ରୋଶ ସୃଷ୍ଟି କରିଛି।

ଯୁବତୀ ଜଣକ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର‌ ଲୋକ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। 

ପରିବାର ଲୋକଙ୍କ କହିବାନୁସାରେ, ଅଭିଯୁକ୍ତ ଶିକ୍ଷକ ଭିକୁ ଛେତ୍ରୀ ପ୍ରଥମ କରି ମେ ୨୬ ତାରିଖରେ ଛାତ୍ରୀଙ୍କ ମୃଦୁ ପାନୀୟରେ ନିଦ ବଟିକା ମିଶାଇ କ୍ଲାସ ପରେ ତାଙ୍କ ସହ ଅସଦାଚାରଣ କରିଥିଲେ। ସେତେବେଳେ ସ୍କୁଲ୍‌ରେ ଅନ୍ୟ‌ କେହି ଉପସ୍ଥିତ ନଥିଲେ। 

ଜୁନ୍ ୩ ତାରିଖରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତା’ପ‌ରେ ତାଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ଛାତ୍ରୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ତେବେ ଜୁଲାଇ ୬ ତାରିଖରେ ଦ୍ୱିତୀୟ ପ୍ରୟାସରେ ଛାତ୍ରୀ ଜଣକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe