କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ: ସୁପ୍ରିମକୋର୍ଟ

‘ବିବିସି ସିରିଜ୍‌’ ବ୍ଲକ୍‌ ବିରୋଧରେ ମାମଲା; କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସତ୍ତ୍ବେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ ବୋଲି ଆଜି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଛାତ୍ରଛାତ୍ରୀମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ନହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପ‌ରେ ଅଦାଲତ ସନ୍ତୋଷ ପ୍ରକାଶ କରିଥିଲେ।

ଅଦାଲତ କହିଥିଲେ, ଏହି ମାମଲାରେ ସମସ୍ତ ଦୃଷ୍ଟିକୋଣକୁ ବିଚାରକୁ ନେଇ ଅଧିକାରୀମାନେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଦରକାର। ବିଚାରପତି ଏ ଏମ୍‌ ଖାନୱିଲକର ଏବଂ ବିଚାରପତି ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଡାକି ପରୀକ୍ଷା କରାଇବା (ଅଫ୍‌ଲାଇନ୍‌) ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି କହିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆଡ଼ଭୋକେଟ ରସୁଲଶାନଙ୍କ ଆବେଦନକୁ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି।

ଖଣ୍ଡପୀଠ କହିଲେ, ରାଜ୍ୟ ସରକାର ବିସ୍ତୃତ ଭାବେ ଶପଥପାଠ କୋର୍ଟରେ ଦାଖଲ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ସମ୍ପର୍କିତ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। ରାଜ୍ୟ ସରକାର ଦେଇଥିବା ବିବରଣୀକୁ ନେଇ ଆମେ ସନ୍ତୁଷ୍ଟ। ଆମର ବିଶ୍ବାସ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଭଲ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ତେଣୁ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଖଣ୍ଡପୀଠ ଅନୁମତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe