ଶାଶୁ ନୀତାଙ୍କ ଭଳି ଏସବୁ କ୍ଷେତ୍ରରେ ରୁଚି ରଖନ୍ତି ରାଧିକା

Advertisment
ଶାଶୁ ନୀତାଙ୍କ ଭଳି ଏସବୁ କ୍ଷେତ୍ରରେ ରୁଚି ରଖନ୍ତି ରାଧିକା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ  ରୀତିନୀତି ଆରମ୍ଭ ହୋଇଗଲାଣି।

ରାଧିକା ବୀରେନ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କ ଝିଅ।  ରାଧିକା ପାଠପଢ଼ା ଶେଷପରେ ବାପାଙ୍କ କାମଭାରକୁ ହାଲୁକା କରିବା ପାଇଁ ତାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ। ରାଧିକା ବୀରେନ ମର୍ଚ୍ଚାଣ୍ଟ ଗ୍ଲୋବାଲ ଫାର୍ମାସ୍ୟୁଟିକଲ ମେନ୍ୟୁଫେକ୍ଚରର ‘ଏନକୋର ହେଲଥକେୟର’ର ସିଇଓ ଅଛନ୍ତି।

ଉଚ୍ଚଶିକ୍ଷା ପାଇଁ ରାଧିକା ନ୍ୟୁୟର୍କ ଯାଇଥିଲେ। ନ୍ୟୁୟର୍କ ୟୁନିଭର୍ସିଟିରୁ ରାଧିକା ପଲିଟିକାଲ ସାଇନ୍ସରେ ଗ୍ରାଜୁଏସନରେ ଡିଗ୍ରି ପ୍ରାପ୍ତ କରିଥିଲେ।

ଏସବୁ ବ୍ୟତୀତ ଶାଶୁ ନୀତା ଅମ୍ବାନୀଙ୍କ ଭଳି ରାଧିକାଙ୍କର ବି ନୃତ୍ୟ ପ୍ରତି ଦୁର୍ବଳତା ରହିଛି। ରାଧିକା ନୀତାଙ୍କ ଭଳି ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଶ୍ରୀ ନିଭା ଆର୍ଟ ଡ୍ୟାନ୍ସ ଏକାଡେମୀର ଗୁରୁ ଭବନ ଠାକୁରଙ୍କ ଠାରୁ ଭାରତନାଟ୍ୟମରେ ତାଲିମ ଗ୍ରହଣ କରିଛନ୍ତି। ‌କେବଳ ଏତିକି ନୁହେଁ  ନୀତାଙ୍କ ଭଳି ରାଧିକା ବି ଯେକୌଣସି କାମ ହେଉ ନିଶ୍ଚିତ ହୋଇଥିବା ସମୟରେ ପୁରା କରିବାକୁ ଉଦ୍ୟମ କରିଥାଆନ୍ତି। କୌଣସି କାର୍ଯ୍ୟକ୍ରମ ହେଉ ପରିବାର ସହିତ ମିଳିମିଶି ପାଳନ କରିବାକୁ ଭଲ ପାଆନ୍ତି।

ଆଜି ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ହେବାକୁ ଯାଉଛନ୍ତି। ଅନେକ ଦିନର ଅପେକ୍ଷା ପରେ ଆଜି ଚଳିତ ବର୍ଷର ସବୁଠାରୁ ବଡ଼ ବାହାଘର ହେବାକୁ ଯାଉଛି। ଯାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe