ମାମଲା ଆବଣ୍ଟନରେ ସ୍ୱଚ୍ଛତା ରହୁ

ପ୍ରଧାନ ବିଚାରପତିଙ୍କୁ ପୂର୍ବତନ ବିଚାରପତିଙ୍କ ଖୋଲା ଚିଠି

କିପରି ହୋଇଥାଏ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ମହାଭିଯୋଗର ବିଚାର ? ଜାଣନ୍ତୁ ଏହାର ନିୟମାବଳୀ

CJ Deepak Mishra (indiatoday)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ମଧ୍ୟରେ ବିଭିନ୍ନ ମାମଲାର ଆବଣ୍ଟନ ବେଳେ ସ୍ୱଚ୍ଛତା ରହିବା ନିହାତି ଜରୁରୀ ବୋଲି ଆଜି ୪ ଜଣ ପୂର୍ବତନ ବିଚାରପତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପାଖକୁ ଏକ ଖୋଲା ଚିଠିରେ ପରାମର୍ଶ କରିଛନ୍ତି। ଏହାଦ୍ୱାରା ମାନ୍ୟବର ସର୍ବୋଚ୍ଚ ଅଦାଲତର ନ୍ୟାୟିକ ପ୍ରାଶାସନିକ ବ୍ୟବସ୍ଥା ଯୁକ୍ତିସଂଗତ ଏବଂ ନିର୍ବିବାଦୀୟ ହୋଇପାରିବ ବୋଲି ସେମାନେ ମତ ରଖିଛନ୍ତି। ଏପରି କରାଗଲେ ସାଧାରଣ ଜନତା କୌଣସି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ମାମଲାର ରାୟ ଶୁଣାଣିରେ ଅଯଥା ପ୍ରଭାବଶାଳୀ ଶକ୍ତିର ହସ୍ତକ୍ଷେପ ହୋଇନଥିବା ଅନୁଭବ କରିବେ ବୋଲି ସେମାନେ ଆଶାବାଦୀ ଥିବା ଲେଖିଛନ୍ତି।

ବିଭିନ୍ନ ଖଣ୍ଡପୀଠରେ ମାମଲା ଆବଣ୍ଟନରେ ଆପତ୍ତି ଉଠାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଚାରପତି ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌ବି ଲୋକୁର୍‌ ଏବଂ କୁରିଆନ୍‌ ଜୋସେଫ୍‌ ପ୍ରମୁଖ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଶୁକ୍ରବାର ଖୋଲାଖୋଲି ବିଦ୍ରୋହ ଘୋଷଣା କରିିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏହାଦ୍ୱାରା ନ୍ୟାୟପାଳିକା ଉପରୁ ଲୋକଙ୍କର ଭରସା ତୁଟିଯାଉଥିବା ଆଶଙ୍କା କରାଯାଉଥିବା ବେଳେ ଏଭଳି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ ହୋଇଛି। ଏ ପରିପ୍ରେକ୍ଷୀରେ ଚାରି ଜଣ ଅବସରପ୍ରାପ୍ତ ବିଚାରପତି ପି ବି ସାଓ୍ଵନ୍ତ, ଏ ପି ଶାହ, କେ ଚନ୍ଦ୍ରୁ ଏବଂ ଏଚ୍‌ ସୁରେଶ ଆଜି ପ୍ରଧାନ ବିଚାରପତିଙ୍କ ପାଖକୁ ଏଭଳି ଏକ ପରାମର୍ଶକାରୀ ଖୋଲା ଚିଠି ପଠାଇଛନ୍ତି। ବିଧି ବ୍ୟବସ୍ଥା ଯାହା ଥାଉ ପଛକେ, ବିଭିନ୍ନ ଖଣ୍ଡପୀଠରେ ମାମଲା ଆବଣ୍ଟନ ବେଳେ ଅନ୍ୟମାନଙ୍କ ସହ ପରାମର୍ଶ କରି ଚୂଡ଼ାନ୍ତ ତାଲିକା ପ୍ରକାଶ କଲେ ତାହା ସର୍ବଗ୍ରାହ୍ୟ ହୋଇପାରିବ ବୋଲି ସେମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe