ଅମୃତସର ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟରେ ସିଦ୍ଧୁ ଓ ତାଙ୍କ ପତ୍ନୀଙ୍କୁ କ୍ଲିନ୍‌ଚିଟ୍‌

ଅମୃତସର ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟରେ ସିଦ୍ଧୁ ଓ ତାଙ୍କ ପତ୍ନୀଙ୍କୁ  କ୍ଲିନ୍‌ଚିଟ୍‌

www.indiatoday.in

ଅମୃତସର: ପଞ୍ଜାବର ମନ୍ତ୍ରୀ ତଥା କଂଗ୍ରେସ ନେତା ନବ୍‌ଜୋତ ସିଂ ସିଦ୍ଧୁ ଏବଂ ତାଙ୍କର ପତ୍ନୀ ନବ୍‌ଜୋତ୍‌ କୌର ସିଦ୍ଧୁଙ୍କୁ ଅମୃତସର ଟ୍ରେନ୍‌ ଦୁର୍ଘଟଣା ମାମଲାରେ କ୍ଲିନ୍‌ ଚିଟ୍‌ ମିଳିଛି। ଅକ୍ଟୋବର ୧୯ ତାରିଖରେ ରେଳ ଧାରଣା ଉପରେ ରାବଣ ପୋଡ଼ି ଉତ୍ସବ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢିଯିବାରୁ ୬୦ ଜଣ ପ୍ରାଣ ହରାଇଥିଲେ। ଏହି ରାବଣ ପୋଡ଼ି ଉତ୍ସବ ସଭାମଞ୍ଚରେ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର। କୁହାଯାଉଛି କି ଘଟଣା ସମୟରେ ସିଦ୍ଧୁଙ୍କ ପତ୍ନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଲାଗି ତାଙ୍କୁ ଦାୟୀ କରାଯାଉଥିଲା।

ତେବେ ଏହି ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିସନ୍‌ ଦାଖଲ କରିଥିବା ରିପୋର୍ଟରେ ସିଦ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଦୋଷମୁକ୍ତ କରିବା ସହ ଦୁର୍ଘଟଣା ସହ ସେମାନଙ୍କ ସଂପର୍କ ନ ଥିବା ପ୍ରକାଶ କରିଛନ୍ତି। ଜଳନ୍ଧରର ଡିଭିଜିନାଲ୍‌ କମିସନର ବି.ପୁରୁଷାର୍ଥ ଘଟଣାର ତଦନ୍ତ କରି ୩୦୦ ପୃଷ୍ଠାର ରିପୋର୍ଟ ପଞ୍ଜାବ ସରକାରଙ୍କୁ ପ୍ରଦାନ କରିଛନ୍ତି। ଖୁବ୍‌ ଶୀଘ୍ର ଏହି ରିପୋର୍ଟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ବିଧାନସଭାରେ ଏହାକୁ ଉପସ୍ଥାପିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe