୨୦ ବର୍ଷ ସଙ୍କଟର ଅନ୍ତ ହେଲା: ୩୦,୦୦୦ ବ୍ରୁ ଶରଣାର୍ଥୀ ତ୍ରିପୁରାରେ ଥଇଥାନ ହେବେ

Advertisment
୨୦ ବର୍ଷ ସଙ୍କଟର ଅନ୍ତ ହେଲା: ୩୦,୦୦୦ ବ୍ରୁ ଶରଣାର୍ଥୀ ତ୍ରିପୁରାରେ ଥଇଥାନ ହେବେ

Patrika

ନୂଆଦିଲ୍ଲୀ: ୨୨ ବର୍ଷର ପୁରୁଣା ବ୍ରୁ ଶରଣାର୍ଥୀ ସଙ୍କଟର ଅନ୍ତ ଘଟିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମିଜୋରାମର ବ୍ରୁ ଶରଣାର୍ଥୀ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କୁ ତ୍ରିପୁରାରେ ଥଇଥାନ ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବଂ ବ୍ରୁ ପ୍ରତିନିଧିଙ୍କ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ଆଧାରରେ ମିଜୋରାମର ୩୦,୦୦୦ରୁ ଅଧିକ ବ୍ରୁ ଜନଜାତିର ଶରଣାର୍ଥୀଙ୍କୁ ସ୍ଥାୟୀ ଭାବେ ତ୍ରିପୁରାରେ ଥଇଥାନ କରାଯିବ। ଏଥିପାଇଁ ସରକାର ୬୦୦ କୋଟି ଟଙ୍କାର ପ୍ୟାଜେକ୍‌ ଦେଇ ସାରିଛନ୍ତି। ବ୍ରୁ ଶରଣାର୍ଥୀଙ୍କୁ ୪ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ସହ ଜାଗା ମିଳିବ। ୨ ବର୍ଷ ପର୍ଯ୍ୟନ୍ତ ମାସିକ ୫,୦୦୦ ଟଙ୍କାର ସହାୟତା ମିଳିବ ଏବଂ ମାଗଣା ରାସନ୍‌ ମିଳିବ ବୋଲି ଗୃହମନ୍ତ୍ରୀ ଶାହ କହିଛନ୍ତି। ନୂଆ ଚୁକ୍ତି ଅନୁଯାୟୀ ବ୍ରୁ ଶରଣାର୍ଥୀମାନଙ୍କୁ ତ୍ରିପୁରାର ଭୋଟର ତାଲିକାରେ ସାମିଲ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe