ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଭାରତରେ ଗରମ ରାତି ସଂଖ୍ୟା ବଢ଼ୁଛି

Advertisment
ଶୁଖିଗଲା ଭଞ୍ଜନଗର ଜଳଭଣ୍ଡାର: ଗ୍ରୀଷ୍ମରେ ପିଇବା ପାଣି ସ୍ଥିତି ଉତ୍କଟ ଆଶଙ୍କା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଭାରତରେ ୨୦୧୮ରୁ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ୨୫ ଡିଗ୍ରି ସେଲସିୟସରୁ ଅଧିକ ତାପମାତ୍ରା ସହ ଅତି କମ୍‌ରେ ୫୦ରୁ ୮୦ ଅଧିକ ଗରମ ରାତିସଂଖ୍ୟା ବଢ଼ୁଛି। ଜୁନ୍ ୨୧ରେ କ୍ଲାଇମେଟ୍ ସେଣ୍ଟ୍ରାଲ ଆଣ୍ଡ କ୍ଲାଇମେଟ୍ ଟ୍ରେଣ୍ଡସ୍ ପକ୍ଷରୁ ‘ନିଦ୍ରାହୀନ ରାତି’ ଶୀର୍ଷକ ଏକ ନୂତନ ରିପୋର୍ଟରେ ସାରା ବିଶ୍ୱରେ ରାତିର ତାପମାତ୍ରା ବୃଦ୍ଧି ସହ ଏଥିରେ ଜଳବାୟୁ ପରିବର୍ତ୍ତନର ଭୂମିକା ଉପରେ ଆଲୋକପାତ କରାଯାଇଛି। ଉତ୍ତର ଭାରତରେ ଚାଲିଥିବା ଗ୍ରୀଷ୍ମପ୍ରବାହ ମଧ୍ୟରେ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଉ ଏକ ଚିନ୍ତାଜନକ ଧାରା ହେଉଛି ସେହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବି ବୃଦ୍ଧି ପାଇଛି। ଜୁନ୍ ୧୯ରେ ଦିଲ୍ଲୀର ସଫଦରଜଙ୍ଗ ପର୍ଯ୍ୟବେକ୍ଷଣାଗାରରେ ସର୍ବକାଳୀନ ସର୍ବନିମ୍ନ ତାପମାତ୍ରା ୩୫.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ଏକ ଉତ୍ତର ଷ୍ଟେସନ ଅଲୱାରରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା କି ଦେଶର ସର୍ବୋଚ୍ଚ ସର୍ବନିମ୍ନ ତାପମାତ୍ରା।

ସର୍ବନିମ୍ନ ତାପମାତ୍ରା ହେଉଛି ୨୪ ଘଣ୍ଟା ମଧ୍ୟରେ କୌଣସି ଅଞ୍ଚଳର ସର୍ବନିମ୍ନ ରେକର୍ଡ କରାଯାଇଥିବା ତାପମାତ୍ରା। ଏହା ସାଧାରଣତଃ ରାତିର ତାପମାତ୍ରା ହୋଇଥାଏ କାରଣ ଏହା ମୁଖ୍ୟତଃ ସୂର୍ଯ୍ୟାସ୍ତ ପରେ ରାତିରେ ଅନୁଭୂତ ହୋଇଥାଏ। ସର୍ବନିମ୍ନ ତାପମାତ୍ରା ବୃଦ୍ଧିର ଐତିହାସିକ ଧାରା ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଏହା କିପରି ଜଡ଼ିତ ତାହା ଉପରେ ନୂତନ ରିପୋର୍ଟରେ ଆଲୋକପାତ କରାଯାଇଛି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କ୍ଲାଇମେଟୋଲୋଜିରେ ୨୦୧୬ରେ ପ୍ରକାଶିତ ଏକ ଅଧ୍ୟୟନକୁ ଉଦାହରଣ ଦେଇ କୁହାଯାଇଛି ଯେ ରାତିର ତାପମାତ୍ରା ଦିନର ତାପମାତ୍ରା ତୁଳନାରେ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆମେ ବର୍ତ୍ତମାନ ପଦକ୍ଷେପ ନ ନେବୁ, ତେବେ ବିଶେଷ କରି ଦୁର୍ବଳ ଲୋକଙ୍କ ପାଇଁ ରାତି ଗରମ, ଲମ୍ବା ଓ ନିଦ୍ରାହୀନ ରହିବ ବୋଲି କ୍ଲାଇମେଟ୍ ଟ୍ରେଣ୍ଡ୍‌ର ନିର୍ଦେଶିକା ଆରତି ଖୋସଲା କହିଛନ୍ତି।

ଜଳବାୟୁ ପରିବର୍ତନ କାରଣରୁ ଅପେକ୍ଷାକୃତ ଉଚ୍ଚତା ବିଶିଷ୍ଟ ସ୍ଥାନରେ ବି ରାତିରେ ୨୦ ଡିଗ୍ରି ସେଲସିୟସରୁ ଅଧିକ ତାତି ରହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ଉପରେ ରହିଥିଲା। ସିଲିଗୁଡି, ଜଳପାଇଗୁଡ଼ି, ଗୌହାଟୀ, ସିଲଚର ଏବଂ ଡିବ୍ରୁଗଡ଼ରେ ପ୍ରତିବର୍ଷ ୨୫ ଡିଗ୍ରି ସେଲସିୟସରୁ ଅଧିକ ଗରମ ୮୦-୮୬ ରାତି ରହିଥାଏ। ଜଳବାୟୁ ପରିବର୍ତ୍ତନ କାରଣରୁ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ସେଲସିୟସରୁ ଅଧିକ ରହିବା ସହ ଅତିରିକ୍ତ ୬୫ ଦିନ ସହ ମୁମ୍ବାଇ ମଧ୍ୟ ଏହି ତାଲିକାରେ ଶୀର୍ଷରେ ରହିଛି। କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀର ଏବଂ ପଞ୍ଜାବର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଗତ ୫ ବର୍ଷ ଧରି ପ୍ରତିବର୍ଷ ଅତିରିକ୍ତ ୫୦-୬୦ ଦିନ ଗରମ ରାତି ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe