ନୂଆଦିଲ୍ଲୀ: ଏପ୍ରିଲ ମାସରେ ତାପମାତ୍ରାର ବୃଦ୍ଧିକୁ ଦେଖିଲେ ଭାରତରେ ଗ୍ରୀଷ୍ମଋତୁର ଆଗମନ ହୋଇସାରିଥିବା ମନେ ହେଉଥିଲେ ହେଁ, ତଥାପି ଏ ବର୍ଷର ଗ୍ରୀଷ୍ମ ଗତବର୍ଷ ଅପେକ୍ଷା ଶୀତଳତର ରହିଛି। ତେବେ ନିଃସନ୍ଦେହ ଯେ, ଚରମ ପାଣିପାଗର ସଂରଚନା ଏଥିରେ ପ୍ରଦର୍ଶିତ ହେଉଛି, ଯାହା ଧୀରେ ଧୀରେ ଏକ ସାଧାରଣ ମାନଦଣ୍ଡରେ ପରିଣତ ହେଉଛି।
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ ୯ରେ ଦେଶର ସର୍ବାଧିକ ହାରାହାରି ତାପମାତ୍ରା ହେଉଛି ୩୩.୮୫ ଡିଗ୍ରି ସେଲସିୟସ୍। ଏହା ସ୍ବାଭାବିକ ଅର୍ଥାତ୍ ୧୯୮୧ରୁ ୨୦୧୦ ଯାଏ ଏହି ଦିନର ତାପମାତ୍ରାର ହାରାହାରିଠାରୁ ୦.୪୬ ଡିଗ୍ରି କମ୍। ବାସ୍ତବରେ ହାରାହାରି ସର୍ବାଧିକ ତାପମାତ୍ରା ମାର୍ଚ୍ଚ ୧୬ ପରଠାରୁ ସ୍ବାଭାବିକଠାରୁ କମ୍ ରହିଛି। ଏପ୍ରିଲ ୯ର ତାପମାତ୍ରା ସ୍ବାଭାବିକ ପାଖାପାଖି ରହିଛି। ଉଦାହରଣସ୍ବରୂପ ଏପ୍ରିଲ ୮ରେ ସର୍ବାଧିକ ହାରାହାରି ତାପମାତ୍ରା ଥିଲା ୩୩.୦୭ ଡିଗ୍ରି ସେଲସିୟସ୍, ଯାହା ସ୍ବାଭାବିକଠାରୁ ୧୦ ଦିନ ପଛରେ ରହିଥିଲା। ଏହା ଫଳରେ ଏପ୍ରିଲ ମାସ ବର୍ତ୍ତମାନ ୧୯୫୧ରୁ ପଞ୍ଚମ ଶୀତଳତମ ମାସରେ ପରିଣତ ହୋଇଛି। ଗତବର୍ଷ ମାର୍ଚ୍ଚ ୧୬ରୁ ଏପ୍ରିଲ ୯ ଭିତରେ ଏହି ସର୍ବାଧିକ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ଏକ ଡିଗ୍ରି ଉପରେ ଥିଲା।
DNA Indiaକିନ୍ତୁ ଦୁଇମାସ ତଳେ ଗ୍ରୀଷ୍ମଋତୁ ଡେରି ଅଛି ବୋଲି ଆଦୌ ମନେହେଉ ନ ଥିଲା। ପାଣିପାଗ ବିଭାଗ ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଅବଧିକୁ ଶୀତଋତୁ ବୋଲି ବିଚାର କରିଥାଏ। ଏ ବର୍ଷ ଶୀତଋତୁ ଶୀଘ୍ର ଶେଷ ହୋଇଯାଇଥିବା ପରି ମନେ ହେଉଥିଲା। ଫେବ୍ରୁଆରି ଶେଷ ଦୁଇସପ୍ତାହର ହାରାହାରି ସର୍ବାଧିକ ତାପମାତ୍ରା ମାର୍ଚ୍ଚ ପ୍ରଥମ ସପ୍ତାହ ତୁଳନାରେ ସ୍ବାଭାବିକଠାରୁ ଉପରେ ଥିଲା। ଫେବ୍ରୁଆରି ମାସର ୨୮ ଦିନରୁ ୨୫ ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଥିଲା। ମାସର ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୧.୧୬ ଡିଗ୍ରି ଉପରେ ଥିଲା। ଫଳରେ ଏହା ୧୯୫୧ରୁ ଏ ପର୍ଯ୍ୟନ୍ତ ତ୍ରୟୋଦଶ ଉତ୍ତପ୍ତତମ ଫେବ୍ରୁଆରି ମାସରେ ପରିଣତ ହୋଇଥିଲା।
/sambad/media/post_attachments/wp-content/uploads/2023/04/termper.jpg)
ଏହି ଧାରା ମାର୍ଚ୍ଚ ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ଥିଲା, ଯାହା ଫଳରେ ଉକ୍ତ ଦୁଇସପ୍ତାହ ବର୍ଷର ୨୨ତମ ଉତ୍ତପ୍ତତମ ସପ୍ତାହରେ ପରିଣତ ହୋଇଥିଲା। ଉଭୟ ସପ୍ତାହର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୧ ଡିଗ୍ରି ଉପରେ ଥିଲା। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଅଦିନିଆ ବର୍ଷା ହେବା ଯୋଗୁ ତାପମାତ୍ରା ହାସ ପାଇଥିଲା। କେବଳ ଏପ୍ରିଲ ୨୦ରେ ଶେଷ ହେଉଥିବା ସପ୍ତାହରେ ନୁହେଁ ବରଂ ମେ ୪ରେ ଶେଷ ହେଉଥିବା ସମସ୍ତ ତିନି ସପ୍ତାହରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିରେ ତାପମାତ୍ରା କମିବ ବୋଲି କୁହାଯାଉ ନାହିଁ। ଏପ୍ରିଲ ୪ ତୁଳନାରେ ମେ ୪ର ତାପମାତ୍ରା ଅଧିକ ରହିବ, କିନ୍ତୁ ତାହା ସ୍ବାଭାବିକଠାରୁ କମ୍ ରହିବ।
Follow Us