ଅଳ୍ପକେ ଅଟକିଲା ଦୁର୍ଘଟଣା: ରନୱେ ବାହାରେ ଲ୍ୟାଣ୍ଡ୍‌ କଲା ଏୟାର ଇଣ୍ଡିଆ ବିମାନ

ଅଳ୍ପକେ ଅଟକିଲା ଦୁର୍ଘଟଣା: ରନୱେ ବାହାରେ ଲ୍ୟାଣ୍ଡ୍‌ କଲା ଏୟାର ଇଣ୍ଡିଆ ବିମାନ

ମାଙ୍ଗାଲୁର: ଏୟାର୍‌ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ମାଙ୍ଗାଲୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ରନୱେରେ ଲ୍ୟାଣ୍ଡ୍‌ କରିବା ବେଳେ ଘୋଷାରି ହୋଇ ରନୱେ ନିକଟସ୍ଥ ଘାସ ଉପରେ ଲ୍ୟାଣ୍ଡ୍‌ କରିଥିବା ସୂଚନା ରହିଛି। ଏହି କାରଣରୁ ବିମାନବନ୍ଦରର ସମସ୍ତ କାର୍ଯ୍ୟକୁ ଏବେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ବିମାନଟି ଦୁବାଇରୁ ଆସୁଥିଲା। ସେଥିରେ ସର୍ବମୋଟ ୧୮୩ ଜଣ ଯାତ୍ରୀ ଥିଲେ। ଏହି ସାମୟିକ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ବିମାନଟିରେ କ’ଣ ତ୍ରୁଟି ରହିଥିବା ହେତୁ ଏପରି ଘଟିଛି ଇଞ୍ଜିନିୟରମାନେ ତାହା ନିରୀକ୍ଷଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe