ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତିଲା ମାଙ୍ଗାଲୁରୁ-ମୁମ୍ବାଇ ବିମାନ, ରକ୍ଷା ପାଇଲେ ୧୫୦ ଯାତ୍ରୀ

Advertisment
ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତିଲା ମାଙ୍ଗାଲୁରୁ-ମୁମ୍ବାଇ ବିମାନ, ରକ୍ଷା ପାଇଲେ ୧୫୦ ଯାତ୍ରୀ

Representational Picture (The Hindu)

ମାଙ୍ଗାଲୁରୁ: ମାଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଆଜି ଅପରାହ୍ଣରେ ଉଡ଼ାଣ ଭରିବାକୁ ଥିବା ଜେଟ୍‌ ଏୟାରେଓ୍ଵଜ୍‌ର ଏକ ଯାତ୍ରୀବାହୀ ବିମାନ ଅଳ୍ପକରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି। ମାଙ୍ଗାଲୁରୁ ବିମାନ ବନ୍ଦର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)ର ସମୟୋଚିତ ପଦକ୍ଷେପ ଫଳରେ ବିମାନଟି ଏକ ବଡ଼ ଧରଣର ବିପର୍ଯ୍ୟୟକୁ ସାମନା କରିବା ପୂର୍ବରୁ ରକ୍ଷା ପାଇ ଯାଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଅପରାହ୍ଣରେ ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନ ମାଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟିରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସବାର ଥିଲେ। ତେବେ, ଉଡ଼ାଣ ଭରିବା (ଟେକ୍‌-ଅପ୍‌) ପାଇଁ ବିମାନଟି ରନ୍‌େଓ୍ଵରେ ଦ୍ରୁତ ଗତିରେ ଯାଉଥିବା ବେଳେ ମାଙ୍ଗାଲୁରୁ ବିମାନ ବନ୍ଦର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ର (ଏଟିସି) କର୍ମଚାରୀମାନେ ରନ୍‌େଓ୍ଵ ଉପରେ ଏକ ଟ୍ରାକ୍ଟର ରହିଥିବା ହଠାତ୍‌ ଦେଖିବାକୁ ପାଇଥିଲେ।

publive-image Mangaluru Airport Runway ( The Hindu)

ଏ ଘଟଣା ଦେଖିବା ପରେ ଏଟିସି କର୍ତ୍ତୃପକ୍ଷ କାଳବିଳମ୍ବ ନକରି ବିମାନଟିକୁ ଯେ କୌଣସି ପରିସ୍ଥିତରେ ରନ୍‌େଓ୍ଵ ଉପରେ ସଙ୍ଗେ ସଙ୍ଗେ ଅଟକାଇ ଦେବାକୁ ସଂପୃକ୍ତ ବିମାନର ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଟିସି କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ପାଇଲଟ୍‌ ଟେକ୍‌-ଅପ୍‌ ପାଇଁ ବିମାନର ଗତିକୁ ଆହୁରି ବଢ଼ାଇବା ପରିବର୍ତ୍ତେ ଜରୁରୀକାଳିନ ବ୍ରେକ୍‌ ବ୍ୟବହାର କରି ବିମାନଟିକୁ ରନ୍‌େଓ୍ଵ ଉପରେ ହିଁ ଅଟକାଇ ଦେଇଥିଲେ। ଫଳରେ ବିମାନଟି ସଂପ୍‌ୃକ୍ତ ଟ୍ରକ୍ଟର ଦେହରେ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ପୂର୍ବରୁ ଅଳ୍ପକରେ ରକ୍ଷା ପାଇ ଯାଇଥିଲା।

ପରେ ଅନୁସନ୍ଧାନରୁ ଜଣା ପଡ଼ିଥିଲା ଯେ ରନ୍‌େଓ୍ଵ କଡ଼ରୁ ଘାସ କାଟିବା ପାଇଁ ଉଦ୍ଦିଷ୍ଟ ଥିବା ବିମାନ ବନ୍ଦରର ଟ୍ରାକ୍ଟରଟିକୁ କେହି ଜଣେ ଦାୟିତ୍ୱହୀନତା ବଶତଃ ରନ୍‌େଓ୍ଵ ଉପରେ ରଖି ଦେଇ ପଳାଇ ଯାଇଥିଲା। ତେବେ, ସୁରକ୍ଷାକୁ ଅଣଦେଖା କରି ଟ୍ରାକ୍ଟରଟି ରନ୍‌େଓ୍ଵ ଉପରକୁ କେମିତି ଓ କାହିଁକି ଆସିଲା, ସେ ସଂପର୍କରେ ଏବେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe