Image Courtesy of Science News
କେପ୍କନାର୍ଭଲ୍: ଜ୍ୟୋତିର୍ବିଜ୍ଞାନୀମାନେ ମାତ୍ର ୧୬୦୦ ଆଲୋକବର୍ଷ ଦୂରରେ ଥିବା ବିଶ୍ବର ଅତି ନିକଟତମ ‘କୃଷ୍ଣଗହ୍ବର’ ଆବିଷ୍କାର କରିଛନ୍ତି।
ଏହି ‘କୃଷ୍ଣଗହ୍ବର’ ଆମ ସୂର୍ଯ୍ୟ ଅପେକ୍ଷା ୧୦ଗୁଣ ବିଶାଳ ବୋଲି ଶୁକ୍ରବାର ଦିନ ବୈଜ୍ଞାନିକମାନେ କହିଛନ୍ତି। ଏହାଛଡ଼ା, ପୂର୍ବରୁ ଯେଉଁ ‘କୃଷ୍ଣଗହ୍ବର’ ଚିହ୍ନଟ କରାଯାଇଥିଲା, ଏହା ତା’ଠାରୁ ବିଶ୍ବର ୩ଗୁଣ ନିକଟତର ବୋଲି ସେମାନେ କହିଛନ୍ତି।
ଉକ୍ତ ‘କୃଷ୍ଣଗହ୍ବର’ର ସହଚର ତାରକାର ଗତିକୁ ଲକ୍ଷ୍ୟ କରାଯିବା ପରେ ତାହାକୁ (କୃଷ୍ଣଗହ୍ବର) ଚିହ୍ନଟ କରାଯାଇଛି। ବିଶ୍ବ ବା ପୃଥିବୀ ଯେତିକି ଦୂରରେ ଥାଇ ସୂର୍ଯ୍ୟକୁ ପ୍ରଦକ୍ଷଣ କରେ ଉକ୍ତ ତାରକାଟି ସେତିକି ଦୂରରେ ଥାଇ ସେ ‘କୃଷ୍ଣଗହ୍ବର’ ପରିକ୍ରମଣ କରୁଛି।
Image Courtesy of Astronomy Magazine‘ୟୁରୋପୀୟ ସ୍ପେସ୍ ଏଜେନ୍ସି’ର ‘ଗାଇଗା ସ୍ପେସ୍କ୍ରାଫ୍ଟ୍’ ବ୍ୟବହାର କରି ପ୍ରଥମେ ଉକ୍ତ ‘କୃଷ୍ଣଗହ୍ବର’ଟିକୁ ଚିହ୍ନଟ କରାଯାଇଥିଲା ବୋଲି ‘ହାର୍ଭାର୍ଡ-ସ୍ମିଥ୍ସୋନିଆନ୍ ସେଣ୍ଟର୍ ଫର୍ ଆଷ୍ଟ୍ରୋଫିଜିକ୍ସ୍’ର କରୀମ୍ ଏଲ୍-ବାଡ୍ରି କହିଛନ୍ତି।
ନିଜସ୍ବ ଆବିଷ୍କାରକୁ ସୁନିଶ୍ଚିତ କରିବା ଲାଗି ଏଲ୍-ବାଡ୍ରି ଓ ତାଙ୍କ ଟିମ୍ ହାୱାଇସ୍ଥିତ ‘ଆନ୍ତର୍ଜାତିକ ଜେମିନି ମାନମନ୍ଦିର’ରେ (ଆନ୍ତର୍ଜାତିକ ଜେମିନି ଅବ୍ଜର୍ଭେଟରି) ଅନୁଧ୍ୟାନ କରିଥିଲେ। ତାଙ୍କର ଉପରୋକ୍ତ ଆବିଷ୍କାର ବିଷୟ ‘ରୟାଲ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟି’ର ‘ମନ୍ଥ୍ଲି ନୋଟିସେସ୍’ରେ ପ୍ରକାଶ ପାଇଥିଲା।
ଏହି ‘କୃଷ୍ଣଗହ୍ବର’ଟି ଆକାଶଗଙ୍ଗାରେ କିଭଳି ସୃଷ୍ଟି ହେଲା ସେ ବିଷୟରେ ଗବେଷକମାନେ ଅନିଶ୍ଚିତ ଅଛନ୍ତି।
Follow Us