ଇନ୍ଦୋରରେ ରଣବୀରଙ୍କ ପାଇଁ ବସ୍ତ୍ରଦାନ ଅଭିଯାନ

Advertisment

Clothing campaign for Ranbir in Indore

Clothing campaign for Ranbir in Indore

ନଗ୍ନ ଫଟୋସୁଟ୍‌ କରି ମହିଳାଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରଣବୀର ସିଂହଙ୍କ ନାମରେ ମାମଲା ରୁଜୁ

ସାମାଜିକ ଗଣମାଧ୍ୟମ

ଇନ୍ଦୋର: ଏକ ପତ୍ରିକା ପାଇଁ ନଗ୍ନ ଫଟୋ ଉଠାଇ ସମାଲୋଚିତ ହୋଇଥିଲେ ବଲିଉଡ୍ ଅଭିନେତା ରଣବୀର ସିଂହ। ତାଙ୍କର ଏହି ନଗ୍ନ ଫଟୋସୁଟ୍ ଭାଇରାଲ ହେବା ସହ ତାଙ୍କ ପ୍ରଶଂସକ ଓ ନିଷ୍ପକ୍ଷ ଲୋକଙ୍କ ଭିତରେ ବି ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। ସେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେବାକୁ ସମସ୍ତେ ନାପସନ୍ଦ କରିଥିଲେ। ଏଥିପାଇଁ ଏକ ଏନ୍‌ଜିଓ ଶ୍ୟାମ ମଙ୍ଗରମ୍ ‌ଫାଉଣ୍ଡେନ ତାଙ୍କ ନାମରେ ଏକ ଅଭିଯୋଗ ଦାଏର କରିବା ପରେ ମୁମ୍ବାଇ ପୁଲିସ ବି ଏକ ଏଫ୍‌ଆଇଆର୍ ରୁଜୁ କରିଥିଲା। ବର୍ତ୍ତମାନ ଇନ୍ଦୋରର ଏକ ଏନ୍‌ଜିଓ ଉକ୍ତ ନଗ୍ନ ଫଟୋସୁଟ୍ ବିରୋଧରେ ‘ରଣବୀରଙ୍କ ପାଇଁ ବସ୍ତ୍ରଦାନ’ ନାମରେ ଏକ ଅଭିଯାନ ଆରମ୍ଭ କରିଛି।

ଉକ୍ତ ଏନ୍‌ଜିଓ ପକ୍ଷରୁ ଇନ୍ଦୋରର ରାସ୍ତାକଡ଼ରେ ଏକ ଟେବୁଲ ଉପରେ ରଣବୀରଙ୍କ ଲାଗି ବସ୍ତ୍ରଦାନ ପାଇଁ ଏକ ବାକ୍ସ ରଖାଯାଇଛି। ଲୋକମାନେ ଏହି ବାକ୍ସରେ ଲୁଗା ଦାନ କରୁଛନ୍ତି। ଉକ୍ତ ବାକ୍ସରେ ରଣବୀରଙ୍କ ନଗ୍ନ ଫଟୋସୁଟ୍‌ର ଏକ ଫଟୋ ମରାହୋଇଛି। ତଳେ ଏକ ଅପମାନଜନକ ଧାଡ଼ି ଲେଖାଯାଇଛି- ମାନସିକ କଚରା (ମାନସିକ ଆବର୍ଜନା)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe