cloud burst rain in Uttarkashi: House washed away by flood water, watch video Photograph: (sambad.in)
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି।
ଅଧିକ ପଢ଼ନ୍ତୁ: ତ୍ରିକୋଣୀୟ ପ୍ରେମକୁ ନେଇ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା: ପ୍ରେମିକ ଗିରଫ, ସିନ୍ ରିକ୍ରିଏସନ୍ କଲା ପୁଲିସ
ଉପର ଅଞ୍ଚଳରେ ଉପସ୍ଥିତ ଲୋକଙ୍କ ଦ୍ୱାରା ଉଠାଯାଇଥିବା ପ୍ରାରମ୍ଭିକ ଫଟୋ ଏବଂ ଭିଡିଓରେ ବନ୍ୟାର ଭୟଙ୍କର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି। କିପରି ହଠାତ୍ ଉପରୁ କ୍ଷୀର ଗଙ୍ଗାରେ ବନ୍ୟା ଆସିଲା ଏବଂ ଭୟଙ୍କର ବନ୍ୟା ପାଣିରେ ସବୁକିଛି ଭାସିଗଲା। ପାଣି ସମଗ୍ର ବଜାରକୁ ଗ୍ରାସି ଦେଇଥିଲା। ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଏତେ ଭୟଙ୍କର ଯେ, ଦେଖଣାହାରୀମାନେ ଏହାକୁ ଦେଖି ଭୟଭୀତ ହୋଇଯାଉଛନ୍ତି। ସମଗ୍ର ଧରାଳି ବଜାରର ଏକ ବଡ଼ ଅଂଶ ଭଗ୍ନସ୍ତୁପରେ ପରିଣତ ହୋଇଥିବା ଦେଖାଯାଉଛି। ଅନେକ ଦୋକାନ ଏବଂ ଘରର ଛାତ ଭୁଶୁଡ଼ି ପଡ଼ିଛି। ଏହି ଭୟଙ୍କର ପରିସ୍ଥିତି ନେଇ ସ୍ଥାନୀୟ ଲୋକମାନେ ନିର୍ବାକ୍ ହୋଇଯାଇଛନ୍ତି।
ପାଣିପାଗ ବିଭାଗ ପୂର୍ବରୁ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ତୁଷାରପାତର ସତର୍କତା ଜାରି କରିଥିଲା। ଉପରମୁଣ୍ଡରେ ବର୍ଷା ଯୋଗୁ କ୍ଷୀର ଗଙ୍ଗାରେ ଜଳସ୍ତର ସ୍ୱାଭାବିକଠାରୁ ବହୁତ ଅଧିକ ବୃଦ୍ଧି ପାଇଥିଲା। ଯାହା ଫଳରେ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପାଣିପାଗ ବିଭାଗ ଏକ ପରାମର୍ଶ ଜାରି କରିଛି ଯେ, ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଉତ୍ତରକାଶୀ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେଠାରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଆଇନା ଦେଖାଇଲା ଭାରତ: ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା
Follow Us