ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା: ବୁଡ଼ିଗଲା ଗୋରୁ ଗୁହାଳ, ଭଗ୍ନାବଶେଷ ‌ତଳେ ଲୋକ ଫସିଥିବା ସନ୍ଦେହ

ବାଦଲଫଟା ବର୍ଷା ପରେ ବର୍ଷା ହେବା ଫଳରେ ଭାଙ୍ଗିଗଲାଣି ଉତ୍ତରାଖଣ୍ଡର ଅଣ୍ଟା। ଏବେ ବି ପ୍ରକୃତି ତା’ର ତାଣ୍ଡବ ରଚିବା ବନ୍ଦ୍‌ କରିନାହିଁ।ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ହେବା ଫଳରେ ଅନେକ ପରିବାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି ଏବଂ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି। 

New Project (13)

ରୁଦ୍ରପ୍ରୟାଗ: ବାଦଲଫଟା ବର୍ଷା ପରେ ବର୍ଷା ହେବା ଫଳରେ ଭାଙ୍ଗିଗଲାଣି ଉତ୍ତରାଖଣ୍ଡର ଅଣ୍ଟା। ଏବେ ବି ପ୍ରକୃତି ତା’ର ତାଣ୍ଡବ ରଚିବା ବନ୍ଦ୍‌ କରିନାହିଁ।ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ହେବା ଫଳରେ ଅନେକ ପରିବାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି ଏବଂ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି। 

ଦେୱାଲର ମୋପାଟା ଅଞ୍ଚଳରେ ତାରା ସିଂହ ଏବଂ ତାଙ୍କ ସ୍ତ୍ରୀ ଦୁଇଜଣ ନିଖୋଜ ହୋଇଛନ୍ତି। ଯେତେବେଳେ କି ବିକ୍ରମ ସିଂହ ଏବଂ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଏହି ବାଦଲଫଟା ବର୍ଷାରେ ସେମାନଙ୍କର ଗୁହାଳ ମଧ୍ୟ ଭୁଶୁଡ଼ି ପଡ଼ିଛି। ପ୍ରାୟ ୧୫ ରୁ ୨୦ ଗୋରୁ ପୋତି ହୋଇଯାଇଛନ୍ତି।

ଏହି ବାଦଲଫଟା ବର୍ଷାର ପ୍ରଭାବ ଅନେକ ସ୍ଥାନରେ ଗୁରୁତର ଭାବେ ଅନୁଭୂତ ହୋଇଛି। ରୁଦ୍ରପ୍ରୟାଗ ଜିଲ୍ଲାର ସଂଗମସ୍ଥଳରେ ଥିବା ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। କେଦାରନାଥ ଉପତ୍ୟକାର ଲାୱାରା ଗାଁରେ ପ୍ରବଳ ସ୍ରୋତରେ ମୋଟର ରୋଡରେ ଥିବା ଏକ ପୋଲ ଭାସିଯାଇଛି। ଚେନାଗଡରେ ମଧ୍ୟ ପରିସ୍ଥିତି ଗୁରୁତର ହୋଇପଡ଼ିଛି।

ନଦୀ ଜଳ ଆବାସିକ ଅଞ୍ଚଳରେ ପ୍ରବେଶ କରିଛି, ଯାହା ଫଳରେ ପ୍ରଶାସନ ପ୍ରଭାବିତ ଘରଗୁଡ଼ିକୁ ଖାଲି କରିବାକୁ ବାଧ୍ୟ ହୋଇଛି। ରୁଦ୍ରପ୍ରୟାଗରେ ଥିବା ଏକ ହନୁମାନ ମନ୍ଦିର ବୁଡ଼ି ଯାଇଛି।

ଏ‌ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ୍ସରେ ଏକ ପୋଷ୍ଟ କରି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, "ରୁଦ୍ରପ୍ରୟାଗ ଜିଲ୍ଲାର ବାସୁକେଦର ତହସିଲ ଅନ୍ତର୍ଗତ ବାଡେଥ୍ ଡୁଙ୍ଗର ଟୋକ୍ ଏବଂ ଚମୋଲି ଜିଲ୍ଲାର ଦେୱାଲ ଅଞ୍ଚଳରେ ବାଦଲଫଟା ବର୍ଷା ଏବଂ ଭଗ୍ନାବଶେଷ ପ୍ରବାହ ଯୋଗୁଁ କିଛି ପରିବାର ଫସି ରହିଥିବାର ଦୁଃଖଦ ଖବର ମିଳିଛି।"

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଧାମି ଆଶ୍ୱାସନା ଦେଇଛନ୍ତି। ଧାମି ଆହୁରି ମଧ୍ୟ କହିଛନ୍ତି, "ସ୍ଥାନୀୟ ପ୍ରଶାସନ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରାଯାଉଛି। ମୁଁ ଏହି ବିଷୟରେ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ବିପର୍ଯ୍ୟୟ ସଚିବ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟର ପ୍ରଭାବଶାଳୀ ପରିଚାଳନା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe