ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧର ବାଦଲ: ବିମାନବାହୀ ଯୁଦ୍ଧପୋତ ପଠାଇଲା ଆମେରିକା

Advertisment

ଦକ୍ଷିଣ ଚୀନ୍‌ ସାଗରର ୯୦% ଅଞ୍ଚଳ ବିବାଦୀୟ

ଦକ୍ଷିଣ ଚୀନ୍‌ ସାଗରର ୯୦% ଅଞ୍ଚଳ ବିବାଦୀୟ

ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧର ବାଦଲ: ବିମାନବାହୀ ଯୁଦ୍ଧପୋତ ପଠାଇଲା ଆମେରିକା

Youtube

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ ସାଗରରେ ଯୁଦ୍ଧ ଉତ୍ତେଜନା ଅଚାନକ ବଢ଼ିଯାଇଛି। ଏହି ଅଂଚଳରେ ଏକଚାଟିଆ କାରବାର ବନ୍ଦ କରିବା ପାଇଁ ଚୀନ୍‌କୁ ଚେତାବନୀ ଦେଇ ଆସୁଥିବା ଆମେରିକା ଆଜି ଦକ୍ଷିଣ ଚୀନ୍‌ ସାଗରକୁ ଦୁଇଟି ବିମାନବାହୀ ଯୁଦ୍ଧପୋତ ପଠାଇଛି। ଦକ୍ଷିଣ ଚୀନ୍‌ ସାଗରର ବିବାଦୀୟ ଅଂଚଳରେ ବହୁ ସଂଖ୍ୟକ ବୋମାବର୍ଷୀ ବିମାନ ମଧ୍ୟ ତୁହାକୁ ତୁହା ଉଡ଼ାଣ ଭରୁଥିବା ଦେଖିବାକୁ ମିଳିଛି। ୟୁଏସ୍‌ଏସ୍‌ ରେଗାନ୍‌ ଏବଂ ୟୁଏସ୍‌ଏସ୍‌ ନିମିଜ ନାମକ ଏହି ଯୁଦ୍ଧପୋତ ଦକ୍ଷିଣ ଚୀନ୍‌ ସାଗର ଅଂଚଳରେ ପହଞ୍ଚିଯାଇଥିବା ଜଣାପଡ଼ିଛି।

publive-image Wilson Center

ଆମେରିକାର ଏଭଳି ପଦକ୍ଷେପର ମୁକାବିଲା ପାଇଁ ଚୀନ୍‌ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଚୀନ୍‌ର ନୌସେନା ଏହି ଅଂଚଳରେ ଯୁଦ୍ଧ ଅଭ୍ୟାସ କରୁଛି। ବିବାଦୀୟ ଅଂଚଳରେ ସମରାଭ୍ୟାସ ନ କରିବା ପାଇଁ ମଧ୍ୟ ଆମେରିକା ଚୀନ୍‌କୁ ଚେତାବନୀ ଦେଇଛି। ଦକ୍ଷିଣ ଚୀନ୍‌ ସାଗରର ବିବାଦୀୟ ପାର୍ସେଲ ଦ୍ବୀପରେ ଚୀନ୍‌ ସେନା ଗତ ୧ ତାରିଖରୁ ଯୁଦ୍ଧ ଅଭ୍ୟାସ କରୁଛି। ଏହି ଦ୍ବୀପ ଉପରେ ଭିଏତନାମ ନିଜ ମାଲିକାନା ଦାବି କରିଆସୁଛି। ଚୀନ୍‌ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଧମକାଇ ସେମାନଙ୍କ ଅଂଚଳକୁ କବ୍‌ଜା କରିବାକୁ ପ୍ରୟାସ କରୁଛି ଏବଂ ଏହାକୁ ଅନ୍ତର୍ଜାତୀୟ ସମୁଦାୟ ବରଦାସ୍ତ କରିବେ ନାହିଁ ବୋଲି ଆମେରିକା ଚେତାଇ ଦେଇଛି।

ଦକ୍ଷିଣ ଚୀନ୍‌ ସାଗରର ୯୦ ପ୍ରତିଶତ ଅଂଚଳ ଏବେ ବିବାଦୀୟ ହୋଇପଡ଼ିଛି। ଏହି ଅଂଚଳରେ ଥିବା ପ୍ରାକୃତିକ ସଂପଦ ଉପରେ ଚୀନ୍‌ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରର କିଛି ଅଧିକାର ନାହିଁ ବୋଲି ଚୀନ୍‌ କହିଛି। ଅନ୍ୟପକ୍ଷରେ ଦକ୍ଷିଣ ଚୀନ୍‌ ସାଗରର ଅନେକ ଅଂଚଳକୁ ମାଲେସିଆ, ଫିଲିପାଇନ୍ସ, ତାଇୱାନ, ଭିଏତନାମ ଆଦି ରାଷ୍ଟ୍ର ନିଜର ବୋଲି ଦାବି କରିଛନ୍ତି। ଏହି ବିବାଦ ନେଇ ଅନ୍ତର୍ଜାତୀୟ ନ୍ୟୟ ଅଦାଲତର ରାୟକୁ ଚୀନ୍‌ ପ୍ରତ୍ୟାଖ୍ୟାନ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe