ଆପ୍ ଗୁଜରାଟରେ ୯୪-୯୫ ଆସନ ଜିତିବ, ଡିସେମ୍ବର ୧ରେ ଆମେ ସରକାର ଗଢ଼ିବୁ: କେଜ୍ରିୱାଲ

Advertisment
ଆପ୍ ଗୁଜରାଟରେ ୯୪-୯୫ ଆସନ ଜିତିବ, ଡିସେମ୍ବର ୧ରେ ଆମେ ସରକାର ଗଢ଼ିବୁ: କେଜ୍ରିୱାଲ

ndtv

ନୂଆଦିଲ୍ଲୀ: ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ଏଠାରେ ସେ ମିଳିତ ଭାବେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ଗୁଜରାଟରେ ଆମ୍ ଆଦମୀ ପାର୍ଟି ଜିତିବ। ଏଠାରେ ଆମ ଦଳର ୯୪-୯୫ଟି ଆସନ ଜିତିବ। ନିର୍ବାଚନ ହେବା ପାଇଁ ଆଉ ​​୪୦-୫୦ ଦିନ ବାକି ଅଛି। ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଦିଲ୍ଲୀ-ପଞ୍ଜାବର ରେକର୍ଡ ଭାଙ୍ଗିବ। ଡିସେମ୍ବର ୧ରେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ। ଏହା ପରେ ସର୍ବପ୍ରଥମେ, ଆମେ ଦୁର୍ନୀତିକୁ ଶେଷ କରିବୁ।

ସେ କହିଛନ୍ତି ଯେ, ଗରିବ ଶ୍ରେଣୀର ଲୋକମାନେ ଆୟକର ଦେଉଛନ୍ତି। କିନ୍ତୁ ସେହି ଟଙ୍କା କୁଆଡେ ଯାଉଛି? ଗୁଜରାଟ ସରକାର ୨.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୭ବର୍ଷରେ କ୍ଷମତାକୁ ଆସିଥିବା ସରକାର କିଛି କାମ କଲେ ନାହିଁ। ପତ୍ନୀଙ୍କ ନାମରେ, ପୁଅ ନାମରେ ଜମି କିଣିଲେ। ଯେଉଁମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇନାହାଁନ୍ତି ସେମାନଙ୍କ ନାମରେ ମଧ୍ୟ ଜମି କିଣାଯାଇଛି। ଆମ୍ ଆଦମୀ ପାର୍ଟି ସରକାର ଗଠନ କଲେ, ‌ଗଣି ଗଣି ସବୁ ଟଙ୍କା ସେମାନଙ୍କଠାରୁ ଫେରାଇ ଆଣିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe