ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପିତାମାତା ଆତଙ୍କବାଦୀ ଅଫଜଲ୍‌ ଗୁରୁର ସହଯୋଗୀ ଥିଲେ: ବିଧୁଡ଼ି

ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ଶାସକ ଆପ୍‌ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ସଂସଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆତଙ୍କବାଦୀ ଅଫ୍‌ଜଲ ଗୁରୁକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ...

ଇସ୍ତଫା ଦେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ, ଜେଲରୁ କାର୍ଯ୍ୟ କରିବେ : ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ଶାସକ ଆପ୍‌ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ସଂସଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆତଙ୍କବାଦୀ ଅଫ୍‌ଜଲ ଗୁରୁକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପିତାମାତା ସହଯୋଗ କରିଥିଲେ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁଡ଼ି ଅଭିଯୋଗ କରିଛନ୍ତି। ଏହାର ପ୍ରତିକ୍ରିୟାରେ ବିଜେପି ଗୁଣ୍ଡାଗିରି କରୁଛି ବୋଲି ଆପ୍‌ ପାଲଟା ଅଭିଯୋଗ କରିଛି। 

ଏକ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇ କାଲକାଜି ଆସନର ବିଜେପି  ପ୍ରାର୍ଥୀ ବିଧୁଡ଼ି କହିଛନ୍ତି, ଆତିଶୀଙ୍କ ପିତାମାତାଙ୍କ ‘ଭାରତ ବିରୋଧୀ ବିଚାରଧାରା’ ରହିଛି। ସଂସଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଇସଲାମିକ୍‌ ଆତଙ୍କବାଦୀ ଅଫ୍‌ଜଲ ଗୁରୁକୁ ଫାଶୀ ଦଣ୍ଡ ମିଳିଥିଲା। କିନ୍ତୁ ତାଙ୍କୁ ‘ରାଜକ୍ଷମା’ ପ୍ରଦାନ କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ଆତିଶୀଙ୍କ ପିତାମାତା ଚିଠି ଲେଖିଥିଲେ। ଫାଶୀଦଣ୍ଡ ପରେ ଅଫ୍‌ଜଲକୁ ଶ୍ରଦ୍ଧାଞ୍ଜଳି ଜଣାଇ ଆତିଶୀଙ୍କ ମା’ ଏକ ଶୋକସଭା  ଆୟୋଜନ କରିଥିଲେ ବୋଲି ବିଧୁଡ଼ି କହିଛନ୍ତି। ଏହାର ଜବାବରେ ଆତିଶୀ  କହିଛନ୍ତି, ବିଜେପି ଗୁଣ୍ଡାଗିରିକୁ ପ୍ରୋତ୍ସାହନ ଦେଉଛି ଏବଂ ଅନର୍ଥକାରୀ ବୟାନ ଦେଉଛି। ବିଧୁଡ଼ି ଆପ୍‌ କର୍ମୀଙ୍କୁ ମାଡ଼ ମାରୁଛନ୍ତି ବୋଲି ଅଭିଯୋଗ କରି ନିର୍ବାଚନ ଅଧିକାରୀଙ୍କ ନିକଟକୁ ସେ  ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe