ବିପ୍ଳବଙ୍କ ବିବାଦୀୟ ବୟାନ : ମବ୍‌ ଲିଞ୍ଚିଂ ପଛରେ ବିଦେଶୀ ଷଡ଼ଯନ୍ତ୍ର

ବିପ୍ଳବଙ୍କ ବିବାଦୀୟ ବୟାନ : ମବ୍‌ ଲିଞ୍ଚିଂ ପଛରେ ବିଦେଶୀ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମବ୍‌ ଲିଞ୍ଚିଂ ( ଜନ ସମୂହ ଦ୍ୱାରା ପିଟି ପିଟି ହତ୍ୟା) ମାମଲା ନେଇ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ତ୍ରିପୁରାରେ ପିଲାଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ସେ କହିଛନ୍ତି ଯେ ଏହି ହିଂସା ପଛରେ ବିଦେଶୀ ଶକ୍ତିଙ୍କ ଷଡ଼ଯନ୍ତ୍ର ରହିଛି। ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଏଭଳି ହିଂସା ହେଉଛି ଏବଂ ଏହାଦ୍ୱାରା ଦେଶ ବଦନାମ ହେଉଛି। ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯିବା ସଂପର୍କରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅଗରତାଲା ବିମାନବନ୍ଦରରେ ପୁଣିଥରେ ଗଣମାଧ୍ୟମ ପକ୍ଷରୁ ବିପ୍ଳବଙ୍କୁ ମବ୍‌ ଲିଞ୍ଚିଂ ନେଇ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ପଚରାଯିବାରୁ ସେ ଏହାକୁ ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ ବିକାଶ କାର୍ଯ୍ୟକୁ ନେଇ ରାଜ୍ୟରେ ଖୁସିର ମାହୋଲ ରହିଛି ଏବଂ ସମସ୍ତେ ଏହି ଖୁସିକୁ ଅନୁଭବ କରିବା ଉଚିତ। ତେବେ ମବ ଲିଞ୍ଚିଂକୁ ନେଇ ପ୍ରଶ୍ନରେ ବିପ୍ଲବଙ୍କ ଏହି ପରିହାସମୂଳକ ବୟାନକୁ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe