୧୬ ଶିଶୁଙ୍କୁ ଜନ୍ମଦିଅନ୍ତୁ ନବଦମ୍ପତି; ଜନସଂଖ୍ୟା ବଢ଼ାଇବାକୁ ଏଭଳି କହିଲେ ଷ୍ଟଲିନ୍

୧୬ ଶିଶୁଙ୍କୁ ଜନ୍ମଦିଅନ୍ତୁ ନବଦମ୍ପତି। ଜନସଂଖ୍ୟା ବଢ଼ାଇବାକୁ ଏଭଳି କହିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟଲିନ୍। ଗଣବିବାହରେ ପ୍ରାୟ ୩୧ଜଶ ବିବାହ କରିଥିବା ବେଳେ ସେମାନଙ୍କୁ ଏଭଳି ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

00

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟଲିନ ମଧ୍ୟ ଅଧିକ ସନ୍ତାନ ପ୍ରସବ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ବର୍ତ୍ତମାନ ନବ ବିବାହିତ ଦମ୍ପତିମାନେ ୧୬ସନ୍ତାନ ଜନ୍ମ କରିବାର ସମୟ ଆସିଛି।

ଚେନ୍ନାଇରେ ଏକ ଗଣବିବାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ବିବୃତି ଦେଇଛନ୍ତି। ଗଣବିବାହରେ ୩୧ଜଣ ଦମ୍ପତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହ ପରେ ସେ କହିଥିଲେ, ବୋଧହୁଏ ସମୟ ଆସିଛି ଦମ୍ପତିମାନେ ଏବେ ୧୬ପ୍ରକାରର ସମ୍ପତ୍ତି ବଦଳରେ ୧୬ସନ୍ତାନ ଜନ୍ମ କରନ୍ତୁ। 

ତାଙ୍କ କହିବା ମୁତାବକ, ପୂର୍ବରୁ ଗୁରୁଜନମ‌ାନେ ନବ ବିବାହିତ ଦମ୍ପତିଙ୍କୁ ୧୬ପ୍ରକାରର ସମ୍ପତ୍ତି ପାଇବା ପାଇଁ ଆଶୀର୍ବାଦ କରୁଥିଲେ | ହେଲେ ବର୍ତ୍ତମାନ ସମୟ ହେଉଛି ୧୬ପ୍ରକାରର ସମ୍ପତ୍ତି ପରିବର୍ତ୍ତେ ୧୬ସନ୍ତାନ ପ୍ରାପ୍ତି କରିବା |

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରବିବାର କହିଥିଲେ, କେବଳ ଦୁଇ କିମ୍ବା ଅଧିକ ପିଲା ଥିବା ବ୍ୟକ୍ତିଙ୍କୁ ସ୍ବାୟତ୍ତ ଶାସନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯିବା ନେଇ ଆମେ ଏକ ଆଇନ ଆଣିବାକୁ ଯୋଜନା କରୁଛୁ। ରାଜ୍ୟରେ ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବା ଉପରେ ଧ୍ୟାନ ଦେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe