କେନ୍ଦ୍ର ବଜେଟ୍‌-୨୦୨୪: ମୋଦୀ-ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

Advertisment

ବିରୋଧୀ ଦଳ ନେତା କହିଲେ- ଓଡ଼ିଶା ପାଇଁ କିଛି ନାହିଁ

ବିରୋଧୀ ଦଳ ନେତା କହିଲେ- ଓଡ଼ିଶା ପାଇଁ କିଛି ନାହିଁ

କେନ୍ଦ୍ର ବଜେଟ୍‌-୨୦୨୪: ମୋଦୀ-ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର:‌ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦେବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି। ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ଏବଂ ମନ୍ଦିରର ବିକାଶ ଆଦି ଓଡ଼ିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ, ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ପାଲଟିବ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନ, କୃଷି, ମହିଳା, ଏମ୍‌ଏସ୍‌ଏମ୍‌ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ଗୁରୁତ୍ବ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।

publive-image

କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ପାଇଁ କିଛି ନାହିଁ। ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛି। ବାତ୍ୟା ପାଇଁ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ବ ଦିଆଯାଇଥିବାରୁ ମୁଁ ଖୁସି ଅନୁଭବ କରୁଛି।

-ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ବିକଶିତ ଭାରତ ବଜେଟରେ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଉଛି। ମାନବ ସମ୍ବଳ, ଭିତ୍ତିଭୂମି ଓ ଆର୍ଥିକ ସୁଯୋଗର ବିକାଶ ଉପରେ ବ୍ୟାପକ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନ, ମନ୍ଦିର, ବେଳାଭୂମି ଓ କାରିଗରୀର ବିକାଶ ପାଇଁ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ଦ୍ୱାରା ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟର ସମ୍ଭାବନା ସଠିକ୍ ଭାବରେ ଉପଯୋଗ ହୋଇପାରିବ। ଆଜିର ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁ କ୍ଷେତ୍ରରୁ ବିଶେଷ ଲାଭ ପାଇବ । ଆଗାମୀ ଦିନରେ ପୂର୍ବ ଭାରତ, ବିଶେଷ କରି ଓଡ଼ିଶା ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଆମ ଦେଶର ଆଗାମୀ ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ଚାବିକାଠି ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe