ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ଜର୍ସି ଉନ୍ମୋଚନ କଲେ

Advertisment

ଆଗାମୀ ୫ ବର୍ଷ ପାଇଁ ଭାରତୀୟ ହକିଦଳର ଓଡ଼ିଶା ପ୍ରଯୋଜକ

ଆଗାମୀ ୫ ବର୍ଷ ପାଇଁ ଭାରତୀୟ ହକିଦଳର ଓଡ଼ିଶା ପ୍ରଯୋଜକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ଜର୍ସି ଉନ୍ମୋଚନ କଲେ

ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଭାରତୀୟ ମହିଳା ଓ ପୁରଷ ହକି ଦଳର ପ୍ରଯୋଜକ ରହିବ। ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କରିବା ସହି ରାଜ୍ୟ ସରକାର ହକିର ପ୍ରଚାର ଓ ପ୍ରସାର ପାଇଁ ଭାରତୀୟ ମହିଳା ଓ ପୁରୁଷ ଦଳର ପ୍ରଯୋଜକ ରହିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ଆର୍ନ୍ତଜାତିକ ହକି ଫେଡେରେସନ୍‌ ଓ ଭାରତୀୟ ଅଲମ୍ବିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା , ଉଭୟ ମହିଳା ଓ ପୁରୁଷ ହକି ଦଳର ଅଧିନାୟକ ରାଣୀ ରାମପାଲ ଓ ମନପ୍ରୀତ ସିହଙ୍କ ସହିତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲ୍ଲୀପ ତିର୍କି ଏବଂ ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ହକି ଖେଳାଳିଙ୍କ ସହିତ ରାଜନେତାମାନେ ଉପସ୍ଥିତ ଥିଲେ। ଶେଷରେ ସୋନା ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe