କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଣାମ ଜଣାଇବା ପରେ ଦୁଇମନ୍ତ୍ରୀଙ୍କ ମୁଣ୍ଡକୁ ପରସ୍ପର ସହିତ ବାଡ଼େଇ ଦେଲେ ନୀତିଶ

Advertisment
କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଣାମ ଜଣାଇବା ପରେ ଦୁଇମନ୍ତ୍ରୀଙ୍କ ମୁଣ୍ଡକୁ ପରସ୍ପର ସହିତ ବାଡ଼େଇ ଦେଲେ ନୀତିଶ

ନୂଆଦିଲ୍ଲୀ: ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ନୀତିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଯେଉଁଥିରେ ଦେଖିବାକୁ ମିଳୁଛି ବିହାର ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ ସମସ୍ତଙ୍କୁ ଅଭିବାଦନ ଜଣାଇବା ପରେ ନିଜ ଦଳର ମନ୍ତ୍ରୀ ଅଶୋକ ଚୌଧୁରୀ ଓ ପୂର୍ବତନ ଡେପୁଟି ସିଏମ ବିଜୟ ସିହ୍ନାଙ୍କ ପାଖକୁ ଚାଲି ଯାଇଥିଲେ।

କେହି କିଛି ବୁଝିବା ପୂର୍ବରୁ  ନୀତିଶ ଅଶୋକ ଚୌଧୁରୀ ଓ ବିଜୟ ସିହ୍ନାଙ୍କ ମୁଣ୍ଡକୁ ଧରି ସ୍ନେହରେ ପରସ୍ପର ସହିତ ବାଡ଼େଇ ଦେଇଥି‌ଲେ। ଏହାପରେ ନୀତିଶ କୁମାର ସମସ୍ତ ନେତାଙ୍କୁ ହାତ ଯୋଡ଼ି ହସିହସି ପ୍ରଣାମ ଜଣାଇଥିଲେ। ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ମନ୍ତ୍ରୀ, ଅଧିକାରୀ ଓ ସୁରକ୍ଷାକର୍ମୀ ଠୋଠୋ ହୋଇ ହସିବାକୁ ଲାଗିଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ନୀତିଶଙ୍କ ଏଭଳି ଅଜବ ଶୈଳୀର ଘଟଣା ସାମ୍ନାକୁ ଆସିଛି।  ୨୦୨୩ ଡିସେମ୍ବର ମାସ‌ରେ ପାଟନା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଣମାଧ୍ୟମଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପଛକୁ ମୋଡ଼ିଥିଲେ। ଏହାପରେ ତାଙ୍କ ସହିତ ଛିଡ଼ା ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ପାଖରେ ଛିଡ଼ା ହୋଇଥିବା ଅଶୋକ ଚୌଧୁରୀଙ୍କ ବେକସଣ୍ଡାକୁ ଧରି ଟାଣି ଆଣି ଗଣମାଧ୍ୟମ ସାମ୍ନାରେ ଛିଡ଼ା କରି ଦେଇଥିଲେ। ଏହି ଘଟଣାକୁ ନେଇ ସେ ସମୟରେ ଅନେକ ସମାଲୋଚନା ବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe