ଅଲ୍ଲୁ ଅର୍ଜୁନ ଗିରଫଦାରୀ ମାମଲାରେ ହସ୍ତକ୍ଷେପ କରିବେନି ମୁଖ୍ୟମନ୍ତ୍ରୀ ରେବନ୍ତ

ପ୍ରସିଦ୍ଧ ତେଲୁଗୁ ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ନିଜ ବାଟରେ ଯିବ। ସେ ଏହି ମାମଲାର ତଦନ୍ତରେ ହସ୍ତକ୍ଷେପ କରିବେ ନାହିଁ। ଦଳାଚକଟାରେ ହୋଇଥିବା ମୃତ୍ୟୁକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

allu

ହାଇଦ୍ରାବାଦ: ପ୍ରସିଦ୍ଧ ତେଲୁଗୁ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି। ଫିଲ୍ମ ପୁଷ୍ପା ୨: ଦ ରାଇଜର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ନିଜ ବାଟରେ ଯିବ। ସେ ଏହି ମାମଲାର ତଦନ୍ତରେ ହସ୍ତକ୍ଷେପ କରିବେ ନାହିଁ। ଦଳାଚକଟାରେ ହୋଇଥିବା ମୃତ୍ୟୁକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଡ଼ା ସୁରକ୍ଷା ମଧ୍ୟରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ଅଟକ ରଖି ପୁଲିସ ଭ୍ୟାନ୍ ରେ ଚିକ୍କାଡପଲ୍ଲୀ ଥାନାକୁ ନିଆଯାଇଥିଲା। ଡିସେମ୍ବର ୪ ତାରିଖ ରାତିରେ ସନ୍ଧ୍ୟା ଥିଏଟରରେ ଅଭିନେତାଙ୍କ ଏକ ଝଲକ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇଥିଲେ। ଏଥିରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଆହତ ହୋଇଛନ୍ତି।

ଏହା ପୂର୍ବରୁ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଥିଏଟର ମାଲିକ ଓ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା। ଏହି ମାମଲାରେ ୪ର୍ଥ ବ୍ୟକ୍ତିଭାବେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe