ଆୟକର ବିଭାଗ ସ୍କାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୂର୍ବତନ ପରାମର୍ଶଦାତା ଅଜୟ ମେହେଟ୍ଟା

Advertisment
ଆୟକର ବିଭାଗ ସ୍କାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୂର୍ବତନ ପରାମର୍ଶଦାତା ଅଜୟ ମେହେଟ୍ଟା

indiatoday

ନୂଆଦିଲ୍ଲୀ: ଆୟକର ବିଭାଗ ସ୍କାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୂର୍ବତନ ପରାମର୍ଶଦାତା ଅଜୟ ମେହେଟ୍ଟା | ନରିମାନ ପଏଣ୍ଟରେ ଥିବା ତାଙ୍କ ଆପାର୍ଟମେଣ୍ଟ ଚୁକ୍ତିରେ ହୋଇଥିବା ବେନାମୀ କାରବାରକୁ ନେଇ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ଅଜୟ ମେହେଟ୍ଟା।

ଆୟକର ବିଭାଗର ବେନାମୀ ବିଭାଗ ଏହାକୁ ସାମ୍ନାକୁ ଆଣିଛି | ବେନାମୀ ବିଭାଗ ଦାବି କରିଛି ଯେ, ଏକ ସେଲ କମ୍ପାନୀ ଏବଂ ଅବସରପ୍ରାପ୍ତ ଅଜୟ ମେହେଟ୍ଟାଙ୍କ ମଧ୍ୟରେ ଦକ୍ଷିଣ ମୁମ୍ବାଇରେ ଥିବା ସମ୍ପତ୍ତି ପାଇଁ କୋଟି କୋଟି ଟଙ୍କାର କାରବାର ହୋଇଥିଲା।କମ୍ପାନିର ବାଲାନ୍ସ ସିଟରୁ ଏବେ ଜଣାପଡିଛି ଯେ, ଅଂଶୀଦାରମାନେ ଆୟକର ଫାଙ୍କିଛନ୍ତି |

ଅନ୍ୟପକ୍ଷରେ ଅଜୟ ମେହେଟ୍ଟା କହିଛନ୍ତି, "ଉକ୍ତ ସମ୍ପତ୍ତିର ମାଲିକଙ୍କୁ ଜାଣିବା ମୋ ପାଇଁ ଜରୁରୀ ନୁହେଁ । ଏହା ଏକ ଉପଯୁକ୍ତ ଆଇନଗତ ଚୁକ୍ତି ଥିଲା ଯାହା ପ୍ରକ୍ରିୟା ଅନୁଯାୟୀ କରାଯାଇଥିଲା ଏବଂ ପ୍ରଚଳିତ ବଜାର ମୂଲ୍ୟ ଅନୁଯାୟୀ ମୁଁ ଦେୟ ପ୍ରଦାନ କରିଛି। ମୁଁ ଜଣେ କରଦାତା | ଏଭଳି କଥା କେଉଁଠୁ ଆସୁଛି ମୁଁ ଜାଣିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe