ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତକ କମଲେଶ ତିଓ୍ଵାରୀଙ୍କ ପରିବାର ଲୋକ, ଆଶ୍ୱାସନା ଦେଲେ ଯୋଗୀ

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତକ କମଲେଶ ତିଓ୍ଵାରୀଙ୍କ ପରିବାର ଲୋକ, ଆଶ୍ୱାସନା ଦେଲେ ଯୋଗୀ

(Photo Credits: ANI)

ଲକ୍ଷ୍ନୌ: ମୃତକ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କ ପରିବାର ଲୋକ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌଠାରେ ଭେଟିଛନ୍ତି। ଶୁକ୍ରବାର ଦିବଂଗତ ତିଓ୍ଵାରୀଙ୍କ ପତ୍ନୀ କିରଣ ସ୍ୱାମୀଙ୍କ ପାଇଁ ନ୍ୟାୟ ଦାବି କରି ଆତ୍ମଦାହ କରିବାର ଧମକ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଦାହ କରିବାକୁ ଦେବେ ନାହିଁ ବୋଲି ଅଡ଼ି ବସିଥିଲେ। ଶୁକ୍ରବାର ଲକ୍ଷ୍ନୌର ନାକା ହିନ୍ଦୋଳା ଅଞ୍ଚଳରେ ଥିବା ତାଙ୍କ କାର୍ଯ୍ୟାଳୟରେ ସେ କାମ କରୁଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତିଓ୍ଵାରୀଙ୍କ ପତ୍ନୀ କିରଣ କୁହନ୍ତି, ‘ମୁଖ୍ୟମନ୍ତ୍ରୀ ଯୋଗୀ ଆମକୁ ନ୍ୟାୟ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି। ହତ୍ୟାକାରୀଙ୍କ ପାଇଁ ଆମେ ମୃତ୍ୟୁ ଦଣ୍ଡ ଦାବି କରିଛୁ ଓ ସେ ଆମକୁ ସମର୍ଥନ ଦେଇଛନ୍ତି।’ ପୂର୍ବରୁ କମଲେଶଙ୍କ ପରିବାର ଲୋକ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) କରୁ ବୋଲି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe