ବର୍ଷିଲେ ଯୋଗୀ: ୱାକଫ୍ ବୋର୍ଡ଼ ନାଁରେ ଆଉ ହରିଲୁଟ୍ ହେବନି ଲୋକଙ୍କ ଜମି

waqf board

ଲକ୍ଷ୍ନୌ: ୱାକଫ୍ ବୋର୍ଡ଼ ନେଇ ବଡ ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂସଦରେ ୱାକଫ୍ ବିଲ୍ ପାରିତ ହେବା ପରେ ୱାକଫ୍ ବୋର୍ଡ଼ ନାଁରେ ଜମିକୁ ମନଇଚ୍ଛା ହଡପ କରୁଥିବା ଏବଂ ସାଧାରଣ ଜମିକୁ ଅକ୍ତିଆର କରୁଥିବା କିଛି ଅସାଧୁ ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି ଯୋଗୀ । କହିଛନ୍ତି, ଏଣିକି ଆଉ ୱାକଫ୍ ବୋର୍ଡ଼ ନାଁରେ ହଡ଼ବ ହୋଇପାରିବନି ଜମି । ଏଣିକି ବିକାଶ କାମରେ ଲାଗିବ ଲୋକଙ୍କ ଜମି । ଲୋକଙ୍କ ଜମିରେ ନିର୍ମାଣ ହେବ ସ୍କୁଲ. କଲେଜ, ହସ୍ପିଟାଲ ଏବଂ ଗରିବଙ୍କ ପାଇଁ ଘର । 

ୱାକଫ୍ ବିଲ୍ ସଂସଦରେ ପାରିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ଉତ୍ତରପ୍ରଦେଶରେ ଲକ୍ଷ ଲକ୍ଷ ଏକର ଜମି ୱାକଫ୍ ବୋର୍ଡ଼ ନାଁରେ ହରିଲୁଟ ହେଉଥିଲା ଏବଂ ବେଆଇନ ଭାବେ ଅକ୍ତିଆର କରାଯାଉଥିଲା । ମୁଷ୍ଟିମେୟ ଲୋକ ସାଧାରଣ ଲୋକଙ୍କ ଜମିକୁ ମାଡି ବସୁଥିବା ଆଉ ଏବେ ସେ ଲୁଟର ଇତି ହେବାକୁ ଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe