କଠୋର ଦଣ୍ଡ ‌ଦିଆଯିବ; ବେଆଇନ ଧର୍ମାନ୍ତରଣ ରାକେଟ ଚଳାଉଥିବା ବାବାଙ୍କୁ ଯୋଗୀଙ୍କ ଚେତାବନୀ

New Project (3)

ଲକ୍ଷ୍ନୌ: ଅବୈଧ ଧର୍ମାନ୍ତରଣ ରାକେଟ୍ ଚଲାଉଥିବା ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କ ବିରୋଧରେ ୟୁପି ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। କିଛି ଦିନ ପୂର୍ବେ ତାଙ୍କୁ ଗିରଫ କରାଯାଇଥିବା ବେଳେ, ଆଜି ତାଙ୍କର ବିଳାସପୂର୍ଣ୍ଣ ପ୍ରାସାଦ ଉପରେ ବୁଲଡୋଜର ଚାଲିଛି। ବିଳାସପୂର୍ଣ୍ଣ କୋଠା ଭଙ୍ଗାଯିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାଙ୍ଗୁର ବାବାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, "ଆମ ସରକାର ଆମର ଭଉଣୀ ଏବଂ ଝିଅମାନଙ୍କର ସମ୍ମାନ ଏବଂ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଲାଲୁଦ୍ଦିନର କାର୍ଯ୍ୟକଳାପ କେବଳ ସମାଜ ବିରୋଧୀ ନୁହେଁ ବରଂ ଦେଶ ବିରୋଧୀ ମଧ୍ୟ। ଉତ୍ତରପ୍ରଦେଶ ସରକାର ଆଇନ ଶୃଙ୍ଖଳା ପ୍ରତି କୌଣସି ପ୍ରକାରର ଦୟା ମନୋଭାବ ଦେଖାଇବେ ନାହିଁ। ଅଭିଯୁକ୍ତ ଏବଂ ତାଙ୍କ ଗ୍ୟାଙ୍ଗ ସହ ଜଡିତ ସମସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଅନୁଯାୟୀ, ଏପରି ଦଣ୍ଡ ଦିଆଯିବ ଯାହା ସମାଜ ପାଇଁ ଏକ ଉଦାହରଣ ହେବ।"

ଉଲ୍ଲେଖଯୋଗ୍ୟ, ଜମାଲୁଦ୍ଦିନଙ୍କ ବିରୋଧରେ ଅନେକ ସମ୍ପ୍ରଦାୟର ଝିଅମାନଙ୍କୁ ଟାର୍ଗେଟ କରିବା ଏବଂ ଧର୍ମାନ୍ତରଣ ପାଇଁ 'ଦାମ୍ ତାଲିକା' ପ୍ରସ୍ତୁତ କରିବାର ଅଭିଯୋଗ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe