କରତାରପୁରରେ ପ୍ରକାଶ ପର୍ବ ପାଳନ କରିଛୁ, ନାନକାନ ସାହେବ ପହଂଚିବାକୁ ଅଧିକ ଦୂର ନୁହେଁ: ଯୋଗୀ ଆଦିତ୍ୟନାଥ

Advertisment
କରତାରପୁରରେ ପ୍ରକାଶ ପର୍ବ ପାଳନ କରିଛୁ, ନାନକାନ ସାହେବ ପହଂଚିବାକୁ ଅଧିକ ଦୂର ନୁହେଁ: ଯୋଗୀ ଆଦିତ୍ୟନାଥ

Zee News

ଲକ୍ଷ୍ନୌ: କରତାରପୁରରେ ଆମେ ପ୍ରକାଶ ପର୍ବ ପାଳନ କରିଛୁ। ନାନକାନ ସାହେବ ପହଂଚିବାକୁ ଆଉ ବେଶୀ ଦିନ ବାକି ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସ୍ଥାନୀୟ ଡିଏଭି କଲେଜ ପରିସରେ ଆୟୋଜିତ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ଉତ୍ସବ)ରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଯେତେବେଳେ ଆମ ଦେଶ ବିଦେଶୀ ଆକ୍ରମଣର ଶିକାର ହୋଇଥିଲା, ଧର୍ମ ଓ ସତ୍ୟ ନଷ୍ଟ ହେଉଥିଲା। ସେହି ସମୟରେ ଗୁରୁନାନକ ଦେବଙ୍କ ବାଣୀ କେବଳ ଭାରତରେ ସୀମିତ ନ ଥିଲା ବରଂ ଏହା ବିଦେଶ ମାଟିକୁ ମଧ୍ୟ ବ୍ୟାପିଥିଲା।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ବାବରଙ୍କ ଅତ୍ୟାଚାର ସହି ନ ପାରି ଭାରତ ସେତେବେଳେ ଭୟରେ ଥରୁଥିଲା। ସେହି ସମୟରେ ବାବରକୁ ଜାବର କହିବା ପାଇଁ ଗୁରୁନାନକ ସାହାସ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଦେଶ ଓ ଧର୍ମ ଉପରେ ବିପଦ ଆସିଲେ ପଛକୁ ଫେରିବୁ ନାହିଁ। ନାନକଦେବ ସେହି ସମୟରେ କିଭଳି ଧର୍ମ ଏବଂ ଭାଇ-ଭଉଣୀ ସୁରକ୍ଷା ପାଇପାରିବେ, ଏହି ବାର୍ତ୍ତା ଦେଇଥିଲେ।

ଯୋଗୀ କହିଛନ୍ତି, ଶିଖ ଗୁରୁଙ୍କ ତ୍ୟାଗ ଓ ବଳିଦାନ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯାଇଥାଏ। ଭାରତରେ ତାଙ୍କର ଯୋଗଦାନ କାରଣ ଯୋଗୁଁ ଆଜି ଆମେ ଏଭଳି ଭାବେ ଅଛୁ। ଦେଶ ଓ ବିଦେଶରେ ଆଜିର ଦିନରେ ଗୁରୁନାନକ ଦେବଙ୍କ ଜୟନ୍ତୀ ପାଳନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe