ଚର୍ଚ୍ଚାରେ 'ଯୋଗୀ ଆମ୍ବ' ! ନିଜ ନାମ ଦେଖି ଏଭଳି ଦେଲେ ପ୍ରତିକ୍ରିୟା

t

ଲକ୍ଷ୍ନୌ: ଆପଣ ବାଣଠାରୁ ଆରମ୍ଭ କରି କଣ୍ଢେଇ ପର୍ଯ୍ୟନ୍ତ, ସବୁଥିରେ କିଛି ସେଲିବ୍ରିଟିଙ୍କ ଫଟୋ ବା ନାମ ଥିବା ଦେଖିଥିବେ। ଏବେ ଆମ୍ଭରେ ଜ‌ଣେ ମୁଖ୍ୟମନ୍ତ୍ରୀଙ୍କ ନାମ ଲେଖାଯାଇଥିବା ଦେଖାଯାଇଛି। ଉତ୍ତରପ୍ରଦେଶରେ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିବା ବେଳେ ଏଥିରେ ଏକ ପ୍ରକାର ଆମ୍ବର ନାମ ଯୋଗୀ ରଖାଯାଇଥିବା ଦେଖାଯାଇଥିଲା, ଯାହାକୁ ଦେଖିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସିବାକୁ ଲାଗିଥିଲେ।

ଲକ୍ଷ୍ନୌର ଅବଧ ଶିଳ୍ପ ଗ୍ରାମଠାରେ ଆଜିଠାରୁ ତିନି ଦିନିଆ ଆମ୍ବ ମହୋତ୍ସବ ଆରମ୍ଭ ହୋଇଛି। ଆଜି ଏହାର ଶୁଭାରମ୍ଭ କରିଥିଲେ ଯୋଗୀ ଆଦିତ୍ୟନାଥ। ଏହି ମହୋତ୍ସବରେ ଦେଶର ବିଭିନ୍ନ କୋଣରୁ ପ୍ରାୟ ୮୦୦ପ୍ରକାର ଆମ୍ବକୁ ଦେଖିବା ଏବଂ ଚାଖିବାର ସୁଯୋଗ ଲୋକଙ୍କୁ ମିଳିବ। ତେବେ ଏହି ମହୋତ୍ସବର ପ୍ରଥମ ଦିନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯୋଗୀ ଆମ୍ବ। ଶୁଭାରମ୍ଭ ପରେ ଯେତେବେ‌ଳେ ଯୋଗୀ ଆମ୍ବର ପ୍ରକାର ସବୁ ବୁଲି ଦେଖୁଥିଲେ ସେହି ସମୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଯୋଗୀ ଆମ୍ବ। 

'योगी आम' देखकर मुस्कुराए सीएम योगी, बोले- ढाई किलो का आम देख कर होता है आश्चर्य

ଆମ୍ବରେ 'ଯୋଗୀ ଆମ୍' ଲେଖାଥିବା ଦେଖି ‌ସେ ହସିବାକୁ ଲାଗିଥିଲେ। ସେ ହସି ହସି କହିଥିଲେ, "ଅଢ଼େଇରୁ ୩କିଲୋର ଏଭଳି ଆମ୍ବ ଦେଖିବା ଆଶ୍ଚର୍ଯ୍ୟଜନକ। ଏହା କେବଳ ସ୍ୱାଦରେ ଅତୁଳନୀୟ ନୁହେଁ, ବରଂ ଉତ୍ତରପ୍ରଦେଶର ଆମ୍ବ ବିଶ୍ୱ ବଜାରରେ ମଧ୍ୟ ସବୁଠାରୁ ଲୋକପ୍ରିୟ।"

ତେବେ ପ୍ରଥମ ଦିନରେ ଲକ୍ଷ୍ନୌରୁ ଦଶହରୀ, ବାରାଣସୀର ଲଙ୍ଗ୍ରା, ଗୋରଖପୁରର ଗବର୍ଜିତ, ବସ୍ତିରୁ ଆମ୍ରପାଲି ଏବଂ ମିରଟ-ବାଗପାତରୁ ରଟୋଲ ଭଳି ବିଭିନ୍ନ ପ୍ରକାରର ଆମ୍ବ ଦର୍ଶକଙ୍କୁ ଆକର୍ଷିତ କରିଥିଲା ​।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe