money control
ଲକ୍ଷ୍ନୌ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି)ର ପ୍ରାର୍ଥୀ ତାଲିକା ମାଧ୍ୟମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।
ଯୋଗୀ କହିଛନ୍ତି, 'ଗତକାଲି ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ହେଉଛି' ସାମାଜିକ ନ୍ୟାୟ'ର ପ୍ରତୀକ। କିନ୍ତୁ ଆପଣ ନିଶ୍ଚିତ ଭାବରେ ସମାଜବାଦୀ ପାର୍ଟି (ଏସପି)ର ତାଲିକା ମଧ୍ୟ ଦେଖିଥିବେ। କାଇରାନା ପଳାୟନ ପାଇଁ ଦାୟୀ ଲୋକମାନଙ୍କୁ ଏବଂ ମୁଜାଫରନଗରର ଦଙ୍ଗାକାରୀଙ୍କୁ ଟିକେଟ୍ ଦେଇଛି। ଏଥିରୁ ସମାଜବାଦୀ ପାର୍ଟିର ଚରିତ୍ର ପ୍ରକାଶ ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଅଖିଳେଶ ଯାଦବ ଏଭଳି ଲୋକଙ୍କୁ ଟିକେଟ ଦେଇ ନିଜର ଅସଲ ଚେହେରା ଉତ୍ତର ପ୍ରଦେଶର ଲୋକଙ୍କ ସାମ୍ନାକୁ ଆଣିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି। ଗୋରଖପୁର ହେଉଛି ଯୋଗୀଙ୍କ ପାରମ୍ପରିକ ରାଜନୈତକ କ୍ଷେତ୍ର।
ଏହି ପ୍ରସଙ୍ଗରେ ସପାା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବ ଯୋଗୀଙ୍କୁ କଟାକ୍ଷ କରିଛନ୍ତି। ଯୋଗୀ ଏବଂ ବିଜେପିକୁ କଟାକ୍ଷ କରି ଅଖିଳେଶ କହିଥିଲେ, ପୂର୍ବରୁ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। ସେ ପ୍ରୟାଗରାଜ ଏବଂ ମଥୁରାରୁ ବି ନିର୍ବାଚନ ଲଢ଼ିବା ସଂକ୍ରାନ୍ତରେ ସୂଚନା ମିଳିଥିଲା। କିନ୍ତୁ ପରିଶେଷରେ ତାଙ୍କୁ ଗୋରଖପୁର ପଠାଗଲା। ଭୋଟ୍ ପୂର୍ବରୁ ତାଙ୍କୁ ଘର (ଗୋରଖପୁର)କୁ ପଠାଯାଇଥିବାରୁ ବିଜେପି ପ୍ରତି ମୁଁ କୃତଜ୍ଞ। ଯୋଗୀ ସେହିଠାରେ ହିଁ ରହିବା ଉଚିତ୍। ଯୋଗୀଙ୍କର ସେଠାରୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଏବେ ଲୋକମାନେ ତାଙ୍କୁ ତାଙ୍କ ଘରେ ରଖିବେ ବୋଲି ଅଖିଳେଶ କହିଛନ୍ତି। ଯୋଗୀ ଗୋରଖପୁରରୁ ପୂର୍ବରୁ ସାଂସଦ ଥିଲେ।
Follow Us