ବିମାନରେ ଅସୁସ୍ଥ ହୋଇଗଲେ ସହଯାତ୍ରୀ; ଷ୍ଟେଥସ୍କୋପ୍‌ ଧରି ଆଗେଇ ଆସିଲେ ତେଲେଙ୍ଗାନା ରାଜ୍ୟପାଳ

Advertisment
ବିମାନରେ ଅସୁସ୍ଥ ହୋଇଗଲେ ସହଯାତ୍ରୀ; ଷ୍ଟେଥସ୍କୋପ୍‌ ଧରି ଆଗେଇ ଆସିଲେ ତେଲେଙ୍ଗାନା ରାଜ୍ୟପାଳ

Image Courtesy of NDTV

ଅମରାବତୀ: ଶୁକ୍ରବାର ରାତିରେ ଇଣ୍ଡିଗୋ ଏୟାର୍‌ଲାଇନ୍‌ ବିମାନରେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଜଣେ ଅତିରକ୍ତ ପୁଲିସ ମହାନିର୍ଦେଶକ ପାହ୍ୟାର ‘ଆଇପିଏସ୍‌’ ଅଧିକାରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ତେଲେଙ୍ଗାନାର ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍‌ ଷ୍ଟେଥସ୍କୋପ୍‌ ଧରି ଆଗେଇ ଆସିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଉଡ଼ନ୍ତା ବିମାନରେ ଅସୁସ୍ଥ ହୋଇପଡ଼ିଥିବା ଉକ୍ତ ପୁଲିସ ଅଧିକାରୀ ହେଉଛନ୍ତି ୧୯୯୪ ବ୍ୟାଚ୍‌ର ‘ଆଇପିଏସ୍‌’ ଅଫିସର୍‌  କୃପାନନ୍ଦ ତ୍ରିପାଠୀ ଉଜେଲା। ଆନ୍ଧ୍ରପ୍ରଦେଶ କ୍ୟାଡର୍‌ର ‘ଆଇପିଏସ୍‌’ ଅଧିକାରୀ ଉଜେଲା ଏବେ ସଡ଼କ ନିରାପତ୍ତାର ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତି ପାଇଛନ୍ତି।  ଡେଙ୍ଗୁଜ୍ବରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମ୍ପ୍ରତି ସେ ହାଇଦ୍ରାବାଦର ଗୋଟାଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଶନିବାର ଦିନ ହାଇଦ୍ରାବାଦ୍‌ରୁ ଫୋନ୍‌ ଯୋଗେ ଉଜେଲା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ମାଡାମ୍‌ ଗଭର୍ଣ୍ଣର୍‌ ମୋ ଜୀବନ ରକ୍ଷା କରିଛନ୍ତି। ଜଣେ ମାଆ ଭଳି ସେ ମୋର ଯତ୍ନ ନେଇଛନ୍ତି। ନଚେତ ମୁଁ ଡାକ୍ତରଖାନାକୁ ମଧ୍ୟ ଆସିପାରି ନ ଥାନ୍ତି।

publive-image Image Courtesy of Deccan Chronicle

ବିମାନ ଯୋଗ ତେଲେଙ୍ଗାନାର ରାଜଧାନୀକୁ ଯାଉଥିବା ବେଳେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ର ବେଳକୁ ‘ଆଇପିଏସ୍‌’ ଅଧିକାରୀ ଅଶ୍ବସ୍ତି ଅନୁଭବ କରୁଛନ୍ତି ବୋଲି କହିଥିଲେ। ବିମାନରେ ତାଙ୍କ ସହ ଯାଉଥିଲେ ବୃତ୍ତିରେ ଡାକ୍ତର ଥିବା ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍‌। ସେ ଷ୍ଟେଥସ୍କୋପ୍‌ ସହ ଆସି ଉଜେଲାଙ୍କ ତତ୍ତ୍ବ ନେଇଥିଲେ।

ଉଜେଲା ଆହୁରି ମଧ୍ୟ କହିଛନ୍ତି, ମାଡାମ୍‌ ପରୀକ୍ଷା କଲାବେଳକୁ ମୋ ହୃଦ୍‌ସ୍ପନ୍ଦନ ହାର ଥିଲା ମାତ୍ର ୩୯। ସେ ମୋତେ ଆଗକୁ ଝୁଙ୍କି ରହିବାକୁ ପରାମର୍ଶ ଦେଇ ମୋତେ ଆଉଁସି ଦେଲେ। ଫଳରେ ମୋର ଶ୍ବାସପ୍ରଶ୍ବାସ କ୍ରିୟା ସ୍ଥିର ହେଲା।

ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଉଜେଲା ସିଧା ଯାଇ ଡାକ୍ତରଖାନାରେ ପହଞ୍ଚି‌ଲେ ଓ ସେଠାରେ ତାଙ୍କର ଅନେକ ପରୀକ୍ଷା କରାଗଲା। ସେ ଡେଙ୍ଗୁରେ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe