ମଥୁରା: ଆଉ ମାତ୍ର ୨ସପ୍ତାହ ମଧ୍ୟରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତେ କେରଳର କୋଜିକୋଡେ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନର ସହ-ପାଇଲଟ୍ ଅଖିଳେଶ କୁମାର | ଉତ୍ତରପ୍ରଦେଶର ମଥୁରାରେ ରହୁଥିବା ଅଖିଲେଶ ଶୀଘ୍ର ଫେରିବି ବୋଲି କହି ଘରୁ ବାହାରିଥିଲେ ସତ, ହେଲେ ଆଉ ଫେରି ପାରିନଥିଲେ | ଶେଷଥର ପାଇଁ ନିଜ ପରିବାରକୁ ଦେଖିବାର ଭାଗ୍ୟ ତାଙ୍କର ନଥିଲା | ଅନ୍ୟ ପକ୍ଷରେ ସ୍ୱାମୀଙ୍କ ବାଟ ଚାହିଁ ବସିଥିବା ଅଖିଳେଶଙ୍କ ପତ୍ନୀକୁ ସ୍ୱାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସେ ବଞ୍ଚିବାର ସବୁ ଆସ ହରାଇ ବସିଛନ୍ତି | ମା' ବନିବର ଖୁସି ତାଙ୍କର ଫିକା ପଡିଯାଇଛି |
ପ୍ରଥମେ ଅଖିଲେଶଙ୍କ ପତ୍ନୀଙ୍କୁ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲେ ମଧ୍ୟ ପରେ ଅଖିଲେଶଙ୍କ ଭାଇ ମୃତଦେହ ଆଣିବା ପାଇଁ ଦିଲ୍ଲୀରୁ କେରଳ ଆସିବା ପରେ ସେ ଜାଣିବାକୁ ପାଇଥିଲେ | ଏବେ ପରିବାର ଲୋକ ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରିବାରେ ଲାଗିପଡିଛନ୍ତି | ଅଖିଲେଶ ଘରର ବଡ ପୁଅ ଥିବା ବେଳେ ତାଙ୍କର ଆଉ ଦୁଇ ଭାଇ ଅଛନ୍ତି | ବଡ ପୁଅକୁ ମାତ୍ର ୩୨ବର୍ଷ ବୟସରେ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି |
amarujalaସୂଚନା ମୁତାବକ, କେରଳର କୋଜିକୋଡେରେ ହୋଇଥିବା ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ଏବଂ ୧୨୭ ଜଣ ଆହତ ହୋଇଛନ୍ତି। ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସନ୍ଧ୍ୟାରେ କୋଜିକୋଡେ ଏୟାରଷ୍ଟ୍ରିପରୁ ଖସିପଡି ଏକ ଖାଲରେ ପଡ଼ି ଦୁଇଭାଗରେ ଭାଙ୍ଗି ଯାଇଥିଲା। କୋଜିକୋଡେ ବିମାନବନ୍ଦରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିମାନଟି ଦୁବାଇରୁ ଆସୁଥିଲା, ଏଥିରେ ସମୁଦାୟ ୧୯୦ଜଣ ଯାତ୍ରୀ ଥିଲେ।
Follow Us