କୋଇଲା ଦୁର୍ନୀତି ଓ ଗୋରୁଚାଲାଣ ମାମଲା: ପଶ୍ଚିମବଙ୍ଗର ୧୫ଟି ସ୍ଥାନରେ ସିବିଆଇ-ଇଡିର ଚଢ଼ଉ

Advertisment
ବାହାନଗା ‌ଟ୍ରେନ୍‌ ଦୁର୍ଘଟଣାରେ ନୂଆ ଖିଅ: ୩ ଜଣଙ୍କୁ ଉଠାଇନେଲା ସିବିଆଇ, ଅଜ୍ଞାତ ସ୍ଥାନରେ ଜେରା

Image Courtesy of Hindustan Times

କୋଲକାତା: ଆଜି କେନ୍ଦ୍ର ନିର୍ବାଚନ କମିସନ୍‌ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ୮ ଦଫାରେ ନିର୍ବାଚନ ହେବ। ଏହାକୁ ନେଇ ଶାସକ ସମେତ ବିରୋଧୀ ଦଳର ହୃତ୍‌ସ୍ପନ୍ଦନ ବଢ଼ି ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁଣି ଝଟ୍‌କା ଲାଗିଛି। କୋଇଲା ଦୁର୍ନୀତି ଏବଂ ଗୋରୁଚାଲାଣ ମାମଲାରେ ତାଙ୍କର କିଛି ସମ୍ପର୍କୀୟ ଏବଂ ଦଳୀୟ ନେତାଙ୍କ ନାମ ଜଡ଼ିତ ଥିବାରୁ ମମତାଙ୍କ ଚିନ୍ତା ବଢ଼ିଛି। କୋଇଲା ଦୁର୍ନୀତି ଓ ଗୋରୁ ଚାଲାଣ ମାମଲାରେ ସିବିଆଇ ଏବଂ ଇଡି ଆଜି ପଶ୍ଚିମବଙ୍ଗର ୧୫ଟି ସ୍ଥାନରେ ଚଢ଼ଉ କରିଛନ୍ତି। ପୂର୍ବରୁ ମଧ୍ୟ ଚଢ଼ଉ ହୋଇଥିଲା। ସେତେବେ‌ଳେ ଆର୍ଥିକ ନେଣଦେଣର ସୁରାକ୍‌ ମିଳିବା ପରେ ଆଜି ପୁଣିଥରେ ଚଢ଼ଉ ହୋଇଛି।

ଇଡି ଏବଂ ସିବିଆଇ ଅଲଗା ଅଲଗା ଚଢ଼ଉ କରିଛନ୍ତି। କେବଳ ଅନୁପ ମାନ୍‌ଝୀ ମାମଲାରେ ଉଭୟେ ମିଳିତ ଚଢ଼ଉ କରିଥିବା ଜଣାପଡ଼ିଛି। ଦୁର୍ଗାପୁର, କୋଲକାତା, ପୁରୁଲିଆ ସହିତ ୧୫ଟି ସ୍ଥାନରେ ଥିବା ଅଭିଯୁକ୍ତମାନଙ୍କ ଘର ଏବଂ ଅଫିସରେ ଚଢ଼ଉ ହୋଇଥିଲା। ସିବିଆଇ ସୂତ୍ରରୁ ଜଣାପଡ଼ିଛି, କୋଇଲା ଏବଂ ଗୋରୁ ଚାଲାଣ କାରବାର ମାଧ୍ୟମରେ ରାଜ୍ୟର କିଛି ହେଭିୱେଟ୍‌ ରାଜନେତାଙ୍କ ନିକଟରେ ଲାଞ୍ଚ ବାବଦ ମୋଟା ଅଙ୍କର ଅର୍ଥ ପହଞ୍ଚିଛି। ଇଡିର ଏକ ଟିମ୍‌ କୋଲକାତାର ପ୍ରିନ୍‌ସେପ୍‌ ଷ୍ଟ୍ରୀଟ୍‌ରେ ଚଢ଼ଉ ଜାରି ରଖିଛନ୍ତି। ଏଠାରେ ଥିବା ଅଧିକାରୀ କହିଛନ୍ତି, ଆମର ଅନେକଗୁଡ଼ିଏ ଟିମ୍‌ ଗଠନ କରାଯାଇଛି। ସମସ୍ତ ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe