କୋଇଲା ଦୁର୍ନୀତି ମାମଲା: ମଧୁ କୋଡ଼ାଙ୍କ ଜେଲ୍‌ଦଣ୍ଡରେ ରହିତାଦେଶ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁକୋଡ଼ାଙ୍କୁ ମିଳିଥିବା ୩ ବର୍ଷ ଜେଲ୍‌ଦଣ୍ଡ ଏବଂ ୨୫ ଲକ୍ଷ ଟଙ୍କାର ଜରିମାନା ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଷ୍ଟିସ ଅମୁ ମଲହୋତ୍ରା ଏହି ରହିତାଦେଶ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଲାଗୁ କରାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଧୁ କୋଡ଼ାଙ୍କୁ ମଧ୍ୟ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ କୋଡ଼ା ଦେଶଛାଡ଼ି କୁଆଡ଼େ ନଯିବାକୁ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ କରିଛନ୍ତି।

ଅନ୍ୟପକ୍ଷରେ, କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଏବଂ ଜେଲ୍‌ଦଣ୍ଡକୁ ଚ୍ୟାଲେଞ୍ଜ କରି କୋଡ଼ା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ମାନ୍ୟବର ଅଦାଲତ ସିବିଆଇ ଠାରୁ ଏ ସମ୍ପର୍କରେ ଜବାବ ତଲବ କରିଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ୍‌ରୁ କୋଲକାତାର ଭିନି ଆଇରନ କମ୍ପାନି ଏବଂ ଷ୍ଟିଲ୍‌ ଉଦ୍ୟୋଗ ଲି.(ଭିସୁଲ)କୁ କୋଇଲା ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ କୋଡ଼ା ଦୋଷୀସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ମାନ୍ୟବର ଅଦାଲତ ତାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଥିଲେ। ତେବେ ତେବେ ହାଇକୋର୍ଟଙ୍କ ପାଖରେ କୋଡ଼ାଙ୍କ ଜେଲ୍‌ଦଣ୍ଡ ଏବଂ ଜାମିନ୍‌ ନେଇ ଏକ ଆବେଦନ ପଡ଼ି ରହିଥିବାରୁ ଦିଲ୍ଲୀ ହାଇକୋର୍ଟ କୋଡ଼ାଙ୍କ କେଲ୍‌ଦଣ୍ଡ ଉପରେ ଆସନ୍ତା ୨୨ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି। ସମସ୍ତ ଆବେଦନର ଶୁଣାଣି ଆସନ୍ତା ସେହି ୨୨ ତାରିଖରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe