ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆରୁ କୋଇଲା ଆମଦାନ କ୍ଷେତ୍ରରେ ବ୍ୟାପକ ହେରଫେର କରାଯାଇଥିବା ନେଇ ପୂର୍ବରୁ ଆଦାନି ଓ ୧୫ରୁ ଅଧିକ କମ୍ପାନି ବିରୋଧରେ ଅଭିଯୋଗ ହୋଇଥିଲା। ବର୍ତମାନ ସିବିଆଇ ରାଷ୍ଟ୍ରାୟତ୍ତ ନ୍ୟାସନାଲ୍ ଥର୍ମାଲ୍ ପାଓ୍ଵାର କର୍ପୋରେସନ (ଏନ୍ଟିପିସି), ମେଟାଲ୍ସ ଆଣ୍ଡ୍ ମିନେରାଲ୍ସ ଟ୍ରେଡିଂ କର୍ପୋରେସନ୍ (ଏମ୍ଏମ୍ଟିସି) ସମେତ ୪ଟି କମ୍ପାନି ଏବଂ ସଂଖ୍ୟାଧିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲା ସମ୍ପର୍କରେ ବିଶଦ ସୂଚନା ମିଳିନଥିଲେ ମଧ୍ୟ ସିବିଆଇର ଏକ ସରକାରୀ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତରେ କହିଛନ୍ତି ଯେ ଏହି ଦୁର୍ନୀତିରେ ଅନେକ ସରକାରୀ ପଦସ୍ଥ ଅଧିକାରୀ ସାମିଲ ଅଛନ୍ତି। ରାଜନେତାଙ୍କ ସମ୍ପୃକ୍ତି ନେଇ କିଛି ସୂଚନା ମିଳିଛି ଯାହା ତଦନ୍ତ ସମୟରେ ଅଧିକ ସ୍ପଷ୍ଟ ହେବ। ମଙ୍ଗଳବାର ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଏତଲାରେ ଦର୍ଶାଯାଇଛି ଯେ ୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ଏନ୍ଟିପିସି, ଏମ୍ଏମ୍ଟିସି, ଆରାବଳି ପାଓ୍ଵାର କମ୍ପାନି ପ୍ରା. ଲି. (ଏପିସିପିଏଲ୍) ଓ ଚେନ୍ନାଇର କୋଷ୍ଟାଲ୍ ଏନର୍ଜି ପ୍ରା. ଲି. କମ୍ପାନିର କେତେକ ପଦସ୍ଥ ଅଧିକାରୀ କର ଫାଙ୍କିବା ପାଇଁ ଭାରତ ସରକାରଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର କରିଥିଲେ।
କୋଇଲା ଆମଦାନି ଦୁର୍ନୀତି:୪ କମ୍ପାନି ବିରୋଧରେ ମାମଲା
Advertisment
Follow Us