ଆସାନସୋ‌ଲ୍‌ରେ ‘ସିବିଆଇ’ ଚଢ଼ାଉ ବେଳେ ହୃଦ୍‌ଘାତରେ କୋଇଲା ଖଣି ଦୁର୍ନୀତି ଅଭିଯୁକ୍ତଙ୍କ ମୃତ୍ୟୁ

Advertisment
ଆସାନସୋ‌ଲ୍‌ରେ ‘ସିବିଆଇ’ ଚଢ଼ାଉ ବେଳେ ହୃଦ୍‌ଘାତରେ କୋଇଲା ଖଣି ଦୁର୍ନୀତି ଅଭିଯୁକ୍ତଙ୍କ ମୃତ୍ୟୁ

Image Courtesy of Zee News

କୋଲ୍‌କାତା: ଶନିବାର ଦିନ ପଶ୍ଚିମବଙ୍ଗର ଆସାନସୋଲ୍‌ରେ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍’ (ସିବିଆଇ) ଚଢ଼ାଉ କରୁଥିବା ସମୟରେ କୋଇଲା ଖଣି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଧନଞ୍ଜୟ ରାୟଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଛି।

‘ସିବିଆଇ’ଦ୍ବାରା ତଦନ୍ତ କରାଯାଉଥିବା କୋଇଲା ଖଣି ଦୁର୍ନୀତିରେ ନାମିତ ଅନ୍ୟତମ ଅଭିଯୁକ୍ତ ରାୟ ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର କୁନୁସ୍ତୋରିଆ କୋଇଲା କ୍ଷେତ୍ର ଅଞ୍ଚଳର ‘ଏରିଆ ସିକ୍ୟୁରିଟି ଇନ୍‌ସ୍‌ପେକ୍ଟର୍‌’ ଭାବେ ନିଯୁକ୍ତ ଥିଲେ।

ଚଢ଼ାଉ ଅଭିଯାନରେ ‘ସିବିଆଇ’ର ଅଧିକାରୀମାନେ ତାଙ୍କ ବାସଭବନରେ ପହଞ୍ଚିଥିଲା ବେଳେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିଲେ। ଅବିଳମ୍ବେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରଖାନା ତରଫରୁ ଘୋଷଣା କରାଯାଇଥିଲା। ହୃଦ୍‌ଘାତ ଯୋଗୁଁ ସେ ମରିଥିବା କଥା ଡାକ୍ତରମାନେ କହିଛନ୍ତି।

publive-image Image Courtesy of NDTV

ବେଆଇନ ଖଣି ଖନନ ଏବଂ ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର କୁନୁସ୍ତୋରିଆ ଏବଂ କାଜୋରିଆ କୋଇଲା ‌କ୍ଷେତ୍ର ଅଞ୍ଚଳରୁ କୋଇଲା ଚୋରି ଘଟଣାରେ ଶନିବାର ଦିନ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍’ (ସିବିଆଇ) ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ଆଦି ୪ଟି ରାଜ୍ୟର ୪୫ଟି ସ୍ଥାନରେ ଚଢ଼ାଉ କରିଛି।

ପଶ୍ଚିମବଙ୍ଗର ଅନୁପ ମାଝୀ ଓରଫ୍ ଲାଲା ହେଉଛନ୍ତି ଏହି ଅନୈତିକ ଅଭିଯାନର ‘କିଙ୍ଗ୍‌ପିନ୍‌’। ଆସାନସୋଲେ ରହୁଥିବା ଶ୍ରୀ ମାଝୀ ଏବଂ ତାଙ୍କ ସହଯୋଗୀମାନଙ୍କ ଘର ଓ କାର୍ଯ୍ୟାଳୟ ଚଢ଼ାଉ ହୋଇଛି। ମାଝୀଙ୍କର ଆସାନସୋଲ୍, ଦୁର୍ଗାପୁର ଏବଂ ବର୍ଦ୍ଧମାନ ଜିଲ୍ଲାର ରାଣୀଗଞ୍ଜ ସହ କୋଲକତା ପାଖ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଷ୍ଣୁପୁର ଘରେ ମଧ୍ୟ ‘ସିବିଆଇ’ ଚଢ଼ାଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe