ପୋରବନ୍ଦର: ଗୁଜରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିଏମ୍ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ନ୍ୟୁଜ୍ ଏଜେନ୍ସି ଏନଆଇର ରିପୋର୍ଟ ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ଏକ ନିୟମିତ ତାଲିମ ବିମାନ ଉଡ଼ାଣ ସମୟରେ ଗୁଜରାଟର ପୋରବନ୍ଦରରେ କୋଷ୍ଟଗାର୍ଡର ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୂମିରେ ମାଡ଼ହେବା ମାତ୍ରେ ହେଲିକପ୍ଟରରେ ନିଆଁ ଲାଗି ଯାଇଥିଲା।
#WATCH | Gujarat: Indian Coast Guard ALH Dhruv crashed in Porbandar, Gujarat during a routine training sortie.
— ANI (@ANI) January 5, 2025
(Visuals from Bhavsinhji Civil Hospital in Porbandar) https://t.co/XyM9Hatola pic.twitter.com/GjKLKWOKIn
ଅଧିକ ପଢ଼ନ୍ତୁ: ଭାରତୀୟ ଏଚ୍-୧ବି ଭିସା ଧାରକମାନଙ୍କ ବିରୁଦ୍ଧରେ ବାମ ଏବଂ ଦକ୍ଷିଣପନ୍ଥୀ ଏକଜୁଟ!
ଏହାପୂର୍ବରୁ ୨ ସେପ୍ଟେମ୍ବର ୨୦୨୪ରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଉନ୍ନତ ହାଲୁକା ହେଲିକପ୍ଟର ଖସିପଡିଥିଲା। ଏହି ଦୁର୍ଘଟଣା ପରେ ଚାରିଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିଲେ।
#UPDATE | As per inputs, there were three personnel including two pilots in the chopper. All three have lost their lives in the incident: ICG Officials https://t.co/XyM9Hatola
— ANI (@ANI) January 5, 2025
ଅଧିକ ପଢ଼ନ୍ତୁ: ଚିନାବାଦାମ ବିକ୍ରି ଟଙ୍କା ଧରି ଘରକୁ ଫେରୁଥିଲେ ବ୍ୟବସାୟୀ , ବାଟରେ ହେଲେ ଅପହୃତ
ଖବର ଅନୁଯାୟୀ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ଦୁଇଜଣ ପାଇଲଟ୍ ଏବଂ ଅନ୍ୟ ତିନି ଜଣ ଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।