ଆଣ୍ଡାମାନ ଉପକୂଳରୁ ସନ୍ଦିଗ୍ଧ ମିଆଁମାର ବୋଟକୁ ଅଟକ ରଖିଲା ଭାରତୀୟ ତଟରକ୍ଷୀ ବାହିନୀ

Advertisment
ଆଣ୍ଡାମାନ ଉପକୂଳରୁ ସନ୍ଦିଗ୍ଧ ମିଆଁମାର ବୋଟକୁ ଅଟକ ରଖିଲା ଭାରତୀୟ ତଟରକ୍ଷୀ ବାହିନୀ

photo-ANI

ପୋର୍ଟବ୍ଲେୟାର: ସନ୍ଦିଗ୍ଧ ଅବସ୍ଥାରେ ଭାରତୀୟ ଜଳସୀମାରେ ବୁଲୁଥିବା ଏକ ମିଆଁମାର ବୋଟକୁ ଅଟକ ରଖିଛି ଭାରତୀୟ ତଟରକ୍ଷୀ ବାହିନୀ | ଶନିବାର ଦିନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳ ନିକଟରୁ ମିଆଁମାର ଏକ ସନ୍ଦିଗ୍ଧ ଡଙ୍ଗାକୁ ତଟରକ୍ଷୀ ବାହିନୀ ଅଟକ ରଖିଛି । ବୋଟରେ ମିଆଁମାରର ୧୨ ଜଣ କର୍ମଚାରୀ ଥିଲେ। ସମସ୍ତଙ୍କୁ ପଚରାଉଚରା ପାଇଁ ପୋର୍ଟବ୍ଲେୟାରକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଅବସ୍ଥାରେ ଏହି ବୋଟଟି ଭାରତୀୟ ଜଳସୀମା ଭିତରେ ବୁଲୁଥିବାବେଳେ ପ୍ରଥମେ ଏକ ହେଲିକପ୍ଟର ଏହାକୁ ଦେଖିଥିଲା | ପରେ ହେଲିକପ୍ଟରର ପାଇଲଟ ତଟରକ୍ଷୀ ବାହିନୀକୁ ସୂଚନା ଦେଇଥିଲେ |


ଏହା ପରେ ତଟରକ୍ଷୀ ବାହିନୀ ତୁରନ୍ତ ସେଠାରେ ପହଂଚି ବୋଟଟିକୁ ଅଟକ ରଖିଥିଲେ | ସୂଚନା ଥାଉ କି ୨୦୧୨ ରେ ମିଆଁମାରରେ ରୋହିଙ୍ଗ୍ୟା ଏବଂ ବୌଦ୍ଧ ରାଖାଇନ୍ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ପରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ପଳାଇବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ତଳେ ହ୍ୟୁମାନ୍ ରାଇଟ୍ସ ୱାଚ୍ (HRW) ସଂଗଠନ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛି ଯେ ରୋହିଙ୍ଗ୍ୟାମାନଙ୍କୁ ମୁକ୍ତ କରିବା ପାଇଁ ଅଙ୍ଗ ସାନ୍ ସୁ କିଙ୍କ ସରକାରକୁ ନିର୍ଦ୍ଦେଶ ଦେବା ଉଚିତ |

ହ୍ୟୁମାନ୍ ରାଇଟ୍ସ ୱାଚ୍ ନିକଟରେ ପ୍ରକାଶିତ କରିଥିବା ଏକ ରିପୋର୍ଟରେ କହିଥିଲା ଯେ ମିଆଁମାରରେ ଥିବା ୨୪ ଟି ଶିବିରରେ ରୋହିଙ୍ଗ୍ୟାମାନଙ୍କ ଅବସ୍ଥା ଅତ୍ୟନ୍ତ ଅମାନବୀୟ ରହିଛି | ତେବେ ଆଜି ଅଟକ ଥିବା ବ୍ୟକ୍ତିମାନେ ରୋହିଙ୍ଗ୍ୟା ନା ନୁହେଁ ସେ ନେଇ ତଦନ୍ତ ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe