ଅଯୋଧ୍ୟା ଆଶ୍ରୟସ୍ଥଳୀରେ ଥିବା ଗୋରୁମାନେ କୋଟ୍‌ ପିନ୍ଧିବେ

Advertisment
ଅଯୋଧ୍ୟା ଆଶ୍ରୟସ୍ଥଳୀରେ ଥିବା ଗୋରୁମାନେ କୋଟ୍‌ ପିନ୍ଧିବେ

ଲକ୍ଷ୍ନୌ: ଗୋ-ଆଶ୍ରୟସ୍ଥଳରେ ଥିବା ୧୨୦୦ ଗୋରୁମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଅଯୋଧ୍ୟା ମୁନିସିପାଲ୍‌ କର୍ପୋରେସନ୍‌ ଝୋଟ ତିଆରି କୋଟ୍‌ ସିଲାଇ କରାଉଛି।

ବିଜେପି ନେତା ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି: ଥଣ୍ଡାରୁ ରକ୍ଷା ପାଇବା ପାଇଁ ସାଧାରଣତଃ ଗୋରୁମାନଙ୍କୁ ଝୋଟ ତିଆରି ଅଖାରେ ଘୋଡ଼ାଇ ଦିଆଯାଏ। କିନ୍ତୁ, ସେଗୁଡ଼ିକ ଖସି ପଡ଼େ। ତେଣୁ ଗୋରୁମାନଙ୍କ ପାଇଁ କୋଟ୍‌ ସିଲାଇ କରିବାକୁ ଆମେ ବିଚାର କଲୁ। ପ୍ରଥମେ ଆମେ ସେ ଭଳି କେତୋଟି କୋଟ୍‌ର ନମୁନା ମାଗିଛୁ। ଯଦି ସେ ସବୁ କାମ ଦିଏ ଆମେ ଅଧିକ କୋଟ୍‌ ପାଇଁ ବରାଦ ଦେବୁ। କୋଟ୍‌ ସିଲାଇ କରିବାକୁ ରାଜ୍ଜୁ ପାଣ୍ଡେ ନାମକ ଜଣେ କୃଷକଙ୍କୁ ଠିକା ଦିଆଯାଇଛି।

publive-image Image Courtesy of The Indian Express

ଉପାଧ୍ୟାୟ କହିଛନ୍ତି ଯଦି ଏ ଉପାୟ କାମ ଦିଏ ଆମେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବୁ। ଯଦି ଏହା ସେମାନଙ୍କୁ ମନକୁ ପାଏ, ସେମାନେ ରାଜ୍ୟର ଅନ୍ୟ ଗୋ-ଆଶ୍ରୟସ୍ଥଳରେ ଏହାକୁ ପ୍ରଚଳନ କରିବେ।

କର୍ପୋରେସନ୍‌ର ଗୋ-ଆଶ୍ରୟସ୍ଥଳ ଅଯୋଧ୍ୟା ସହର ଠାରୁ ୧୬ କିଲୋମିଟର ଦୂର ବୈଶିଙ୍ଗପୁର ଗ୍ରାମରେ ଅବସ୍ଥିତ। ସେଠାରେ ୭୦୦ ରୁ ୮୦୦ ଷଣ୍ଢ ଏବଂ ବାକି ଗାଈ ଓ ବାଛୁରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe