ଅନ୍ଧବିଶ୍ୱାସ : ସାପ କାମୁଡ଼ିବା ପରେ ବିଷ ଝାଡ଼ିବା ଲାଗି ଆଉ ଥରେ ସାପ କାମୁଡ଼ାକୁ ଅପେକ୍ଷା କାଳ ହେଲା !

Advertisment
ଅନ୍ଧବିଶ୍ୱାସ : ସାପ କାମୁଡ଼ିବା ପରେ ବିଷ ଝାଡ଼ିବା ଲାଗି ଆଉ ଥରେ ସାପ କାମୁଡ଼ାକୁ ଅପେକ୍ଷା କାଳ ହେଲା !

daily.bhaskar.com

ଭାଗଲପୁର: ଆନ୍ଧବିଶ୍ୱସର ଆଉ ଏକ କରୁଣ ରୁପ ଦେଖିବାକୁ ମିଳିଛି ବିହାରର ଭାଗଲପୁରରେ। ତୀରୋ ନାମକ ଜଣେ ଯୁବକର ସାପ ଧରିବା ସଉକ ଥିଲା। ସେ ବିଷଧର ସାପଙ୍କୁ ଧରି ଖେଳୁଥିଲା। ଘଟଣାଚକ୍ରରେ ତାକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଲା। କିନ୍ତୁ ତାଙ୍କ ପରିବାର ଲୋକ ତୀରୋକୁ ଡ଼ାକ୍ତରଙ୍କ ପାଖକୁ ନ ନେଇ ତାନ୍ତ୍ରିକ ପାଖକୁ ନେଲେ। ତାନ୍ତ୍ରିକ କହିଲା ସେହି ସାପ ପୁଣି ଫେରି ଆଉ ଥରେ କାମୁଡ଼ିଲେ ବିଷ ପ୍ରଭାବ ଛାଡ଼ିଯିବ ।

publive-image daily.bhaskar.com

ଘଟଣା ଅନୁଯାୟୀ , ଭାଗଲପୁରରରେ ରହୁଥିବା ତୀରୋ ପ୍ରତିଦିନ ଭଳି ଫେବ୍ରୁଆରି ୧ ତାରିଖ ଦିନ ଏକ ନାଗ ସହ ଖେଳୁଥିବା ସମୟରେ ତାକୁ ସାପଟି କାମୁଡ଼ି ଦେଇଥିଲା । ଏହି ସମୟରେ ପରିବାର ଲୋକ ଡ଼ାକ୍ତରଙ୍କ ପାଖକୁ ନନେଇ ତାଙ୍କୁ ତାନ୍ତ୍ରିକ ପାଖକୁ ନେଇଥିଲେ । ତାନ୍ତ୍ରିକ ଜଣଙ୍କ ସେହି ସାପ ଆସି ଆଉଥିରେ ତୀରୋଙ୍କୁ କାମୁଡ଼ିଲେ ତାଙ୍କ ଜୀବନ ବଞ୍ଚିପାରିବ ବୋଲି କହିଥିଲେ। ପରେ ତୀରୋଙ୍କ ପରିବାର ଲୋକ ତାଙ୍କୁ ନିମ୍ବ ପତ୍ର ମଧ୍ୟରେ ରଖିବା ସହ ତାଙ୍କ ପାଦତଳେ ନିଆଁ ଲଗାଇ ବାମ୍ଫ ଦେଇ ବିଭିନ୍ନ ପ୍ରକାରର ମନ୍ତ୍ର ଉଚ୍ଚରଣ କରିଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ତେରୋଙ୍କ ଘର ସମ୍ମୁଖରେ ବହୁତ ଭିଡ଼ ଜମିଯାଇଥିଲା । ଏତେ ସବୁ ପରେ ପ୍ରାୟ ୪୮ ଘଣ୍ଟା ପରେ ତୀରୋଙ୍କ ସ୍ୱସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

publive-image daily.bhaskar.com

ଏହି ଘଟଣା ଏକ ପ୍ରତ୍ୟକ୍ଷ ପ୍ରମାଣ କି ଆଜି ମଧ୍ୟ ସମାଜରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱସର ଭାବନା ରହିଛି। ତେବେ ଦୁନିଆ ଦିନକୁ ଦିନ ଡ଼ିଜିଟାଲ ହେଉଥିଲେ ମଧ୍ୟ ଏପରି କିଛି ଘଟଣା ସମାଜର ଉନ୍ନତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe