ସୁକ୍‌ମାରେ ଗୁରୁତର ହୋଇଥିବା ସିଆର୍‌ପିଏଫ୍‌ କମାଣ୍ଡୋ ଜନ୍ମ ଦିନରେ ପାଇଥିଲେ ନୂଆ ଜୀବନ

Advertisment
ସୁକ୍‌ମାରେ ଗୁରୁତର ହୋଇଥିବା ସିଆର୍‌ପିଏଫ୍‌ କମାଣ୍ଡୋ ଜନ୍ମ ଦିନରେ ପାଇଥିଲେ ନୂଆ ଜୀବନ

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଛତିଶଗଡ଼ର ସୁକମାରେ ହୋଇଥିବା ଆଇଇଡି ବ୍ଲାଷ୍ଟରେ ସିଆର୍‌ପିଏଫ୍‌ର କୋବରା କମାଣ୍ଡୋର ଇଜୁଙ୍ଗ ଗୁରୁତର ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି, ତାଙ୍କ ଫଟୋକୁ ସିଆର୍‌ପିଏଫ୍‌ ଟୁଇଟ ବି କରିଛନ୍ତି। ଏହି ଟୁଇଟରେ ସିଆର୍‌ପିଏଫ୍‌ ଲେଖିଛନ୍ତି, ଇଜୁଙ୍ଗ ଆତ୍ମଶକ୍ତି ତାଙ୍କୁ ମାଇନ୍‌ଫିଲ୍ଡରେ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥିଲା। ପାଗ ଖରାପ ଥିବାରୁ ତାଙ୍କୁ ହେଲିକପ୍ଟରୁ ବାହାରୁକୁ ବାହାର ବି କରାଯାଇ ପାରି ନଥିଲା। ତା’ସତ୍ତ୍ୱେ ବି ସେ ଧୌର୍ଯ୍ୟର ସହ ରହିଥିଲେ। ଖାସ୍‌ କଥା ହେଉଛି ଇଜୁଙ୍ଗଙ୍କୁ ତାଙ୍କ ଜନ୍ମ ଦିନରେ ନୂଆ ଜୀବନ ମିଳିଥିଲା।

ବସ୍ତରର ସୁକମାରେ ଛଅ ଅଗଷ୍ଟରେ ସିଆର୍‌ପିଏଫ୍‌ ବଡ଼ ଅପରେସନ୍‌ କରୁଥିବା ସମୟରେ ୧୪ଜଣ ନକ୍ସଲ ନିହତ କରିଥିଲେ। ଏହାର ଠିକ୍‌ ଗୋଟିଏ ଦିନ ପରେ ଆଇଆଇଡି ବ୍ଲାଷ୍ଟ ହୋଇଥିଲା ଯେଉଁଥିରେ ସିଆର୍‌ପିଏଫ୍‌ କମାଣ୍ଡୋ ଗୁରୁତର ହୋଇଥିଲେ। ଆଇଆଇଡି ବ୍ଲାଷ୍ଟ ସେହି ସମୟରେ ହୋଇଥିଲା ଯେତେବେଳ ଟ୍ରୁପ୍ସ ଅଞ୍ଚଳରେ ସର୍ଚ୍ଚ ପାଇଁ ବାହାରେ ଥିଲେ ଓ କମାଣ୍ଡୋଙ୍କ ଗୋଡ ଭୁଲବଶତଃ ଆଇଆଇଡିରେ ପଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe