‘୧୨ଦିନରେ ତିନିଥର ସର୍ପ ଦଂଶନର ଶିକାର ହେବାପରେ ଗ୍ରାମବାସୀ କହୁଛନ୍ତି ଏଭଳି କଥା’: ପୀଡ଼ିତା

‘୧୨ଦିନରେ ତିନିଥର ସର୍ପ ଦଂଶନର ଶିକାର ହେବାପରେ ଗ୍ରାମବାସୀ କହୁଛନ୍ତି ଏଭଳି କଥା’: ପୀଡ଼ିତା

ନୂଆଦିଲ୍ଲୀ: ‘ସାପ ତାର ସାଥୀକୁ ଯିଏ ମାରିଛି ତା’ଠାରୁ ପ୍ରତିଶୋଧ ନନେବା ପର୍ଯ୍ୟନ୍ତ ସ୍ଥିର ହୋଇ ରହି ପାରି ନଥାଏ। ଦିନ ରାତି ସେ ତାର ସାଥୀର ହତ୍ୟାକାରୀକୁ ଦଂଶନ ପାଇଁ ଖୋଜୁଥାଏ’ ଭଳି ଦୃଶ୍ୟକୁ ଆମେ ସିନେମା ବା ଟେଲିଭିଜନରେ ଦେଖିବାକୁ ପାଇଛେ। ତେବେ ଏମିତି ଏକ ବାସ୍ତବ ଘଟଣା ବିହାରର ରାଘୋପୁର ଅଞ୍ଚଳସ୍ଥ ଚମ୍ପାନଗରରୁ ସାମ୍ନାକୁ ଆସିଛି।

ରାଘୋପୁରରେ ପୁଷ୍ପା ଦେବୀ ବସବାସ କରନ୍ତି। ଯାହାଙ୍କ ବୟସ ୨୬ବର୍ଷ ପାଖାପାଖି ହେବ। ପୁଷ୍ପା ଏହି ଘଟଣାକୁ ନେଇ କହିଛନ୍ତି, ‘ ମୁଁ ଘରେ ଶୋଇଥିବା ବେଳେ ରାତି ପାଖାପାଖି ୩ଟା ହେବ ମୋର ବାମ ହାତକୁ କିଏ ଗୋଟେ କାମୁଡ଼ି ଦେଲା ଭଳି ଲାଗିଥିଲା। ମୋ ନିଦ ଭାଙ୍ଗି ଯିବା ପରେ ହାତରୁ ଅଜସ୍ର ରକ୍ତସ୍ରାବ ହୋଇଥିଲା। ମୁଁ ସ୍ବାମୀଙ୍କୁ ଡାକି ହାତ ଦେଖାଇବା ପରେ ସେ ମୋତେ ଚିକିତ୍ସ‌ା ପାଇଁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ମୋ ହାତ ଦେଖି ସର୍ପ ଦଂଶନ କରିଛି ବୋଲି କହି ଚିକିତ୍ସା କରିଥିଲେ। ଏହାପରେ ମୁଁ ଘରକୁ  ଚାଲି ଆସିଥିଲି।

ଏହି ଦଂଶନର ୧୨ଦିନ ଭିତରେ ମୁଁ ପୁଣି ଦୁଇଥର ସର୍ପ ଦଂଶନର ଶିକାର ହୋଇଥିଲି। ସଠିକ ସମୟରେ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇ ଥିବାରୁ ମୋର ଜୀବନ ବଞ୍ଚି ଯାଇଛି। ଡାକ୍ତର ଦଂଶନ ଚିହ୍ନରୁ ବିଷଧର ସାପ କାମୁଡ଼ିଥିବା ମୋତେ କହିଥିଲେ। ତେବେ ମୋ ସହିତ ଏମିତି କାହିଁକି ହେଲା ମୁଁ ବୁଝି ପାରୁ ନାହିଁ।

କିଛି ଗ୍ରାମବାସୀ କହୁଛନ୍ତି ହୁଏତ ମୁଁ କେବେ ଅଜଣାତର ଉକ୍ତ ସାପର ସାଥୀକୁ ମାରି ଦେଇଛି। ତେଣୁ ସେ ତାର ପ୍ରତିଶୋଧ ନେବା ପାଇଁ ବାରମ୍ବାର ମୋତେ ଦଂଶନ କରିବାକୁ ଆସୁଛି। ଏହି ଘଟଣା ପରେ ମୁଁ ଭୟଭୀତ ହୋଇଯାଇଛି। ନା ନିଶ୍ଚିନ୍ତରେ ଶୋଇପାରୁଛି ନା କେଉଁଠି ବସି ପାରୁଛି। ସବୁବେଳେ ସର୍ପ ଦଂଶନର ଭୟ ରହୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe