ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ଅସରପା

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ଅସରପା

ଭୋପାଳ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟ ଖାଦ୍ୟରେ ଅସରପା ବାହାରିବା ଅଭିଯୋଗ ହୋଇଛି। ଯାତ୍ରୀ ସୋସିଆଲ ମିଡିଆରେ ଖାଦ୍ୟରେ ବାହାରିଥିବା ଅସରପା ଫଟୋକୁ ସେୟାର କରିବା ପରେ ମୁମ୍ବାଇ ପହଞ୍ଚି ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଏହାର ଅଭିଯୋଗ କରିଥିଲେ।

ଏୟାର ଇଣ୍ଡିଆ ବିମାନରେ ଗତ ଶନିବାର ଯାତ୍ରା କରୁଥିବା ଯାତ୍ରୀ ରୋହିତ ରାଜ ସିଂହଙ୍କ କହିବା ଅନୁଯାୟୀ, ଶନିବାର ଏୟାର ଇଣ୍ଡିଆର ଏଆଇ-୬୩୪ ଫ୍ଲାଇଟରେ ଯାତ୍ରା କରୁଥିଲେ। ଭୋପାଳରୁ ବିମାନ ଉଡିବାର କିଛି ସମୟ ପରେ ଯାତ୍ରୀଙ୍କୁ ଇଟଲି, ବରା ଓ ସମ୍ବର ଖାଦ୍ୟ ପରଶା ଯାଇଥିଲା। ଯେମିତି ହିଁ ରୋହିତ ଏହି ସମ୍ବର ପ୍ୟାକେଟ ଖୋଲିଛନ୍ତି ସେଥିରୁ ଏକ ଅସରପା ଥିବା ଦେଖିବାକୁ ମିଳିଥିଲା । ଏନେଇ ଯାତ୍ରୀ ଜଣକ କେବିନ୍‌ କ୍ରିୟୁଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେମାନେ ଏହି ଘଟଣାକୁ ନଜର ଅନ୍ଦାଜ କରି ଦେଇଥିଲେ। ସୋସିଆଲ ମଡିଆରେ ଏହି ଘଟଣା ପୋଷ୍ଟ ହେବା ପରେ କ୍ରିୟୁ ଉକ୍ତ ଯାତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

publive-image

ଏହାପରେ ଯାତ୍ରୀ ରୋହିତ ବିରକ୍ତ ହୋଇ ଖାଦ୍ୟରେ ଅସରପା ପଡିଥିବା ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାକୁ ନେଇ ଯାତ୍ରୀମାନେ ତୀବ୍ର ବିରୋଧ କରିବା ସହ ମାମଲା ରୁଜୁ କରିଥିଲେ । ଅନ୍ୟପକ୍ଷରେ ଏଯାବତ୍‌ ଏଭଳି କୌଣସି ଅଭିଯୋଗ ଆସି ନଥିବା ଏୟାର ଇଣ୍ଡିଆ ଅଧିକାରୀ ରାଜେନ୍ଦ୍ର ମଲହୋତ୍ରା ଖଣ୍ଡନ କରିଛନ୍ତି। ଏଭଳି ଏକ ଘଟଣା ୨୦୧୭ ଡିସେମ୍ବରରେ ସାମ୍ନାକୁ ଆସିଥିଲା। ଜଣେ ମହିଳା ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ଖାଦ୍ୟ ଅସରପା ବାହାରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe