Image Source: Zee News
ନୂଆଦିଲ୍ଲୀ: ଆଜି ପଞ୍ଜାବ, ହରିୟାଣା, ଓଡ଼ିଶା ଏବଂ ଉତ୍ତରପୂର୍ବ ରାଜସ୍ଥାନରେ ଶୀତ ଲହରୀ ପ୍ରବାହିତ ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ କହିଛି।
ଉତ୍ତରପଶ୍ଚିମ ଭାରତରେ ଉତ୍ତରପଶ୍ଚିମା ପବନର ପ୍ରଭାବ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ ଓ ରାଜସ୍ଥାନର କେତେକ ଅଞ୍ଚଳରେ ଏବଂ ପରବର୍ତ୍ତୀ ୪୮ ଘଣ୍ଟାରେ ଓଡ଼ିଶାରେ ଖୁବ୍ ଥଣ୍ଡା ଅନୁଭୂତ ହେବ ବୋଲି ଏକ ପ୍ରେସ୍ ରିଲିଜ୍ରେ ପାଣିପାଗ ବିଭାଗ କହିଛି।
ଆଉ ଏକ ‘େଓ୍ଵଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ୍’ ଫେବ୍ରୁଆରି ୧୧ ତାରିଖ ପରେ ପଶ୍ଚିମ ହିମାଳୟ ଅଞ୍ଚଳ- ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡକୁ ପ୍ରଭାବିତ କରିବ।
Image Source: ABP Newsପରବର୍ତ୍ତୀ ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି।
ପୂର୍ବ ତାମିଲନାଡୁର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ମନ୍ନାର ଉପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
Follow Us