ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ମଧୁକୋଡ଼ାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋଡ଼ାଙ୍କ ସମେତ ପୂର୍ବ କୋଇଲା ସଚିବ ଏଚ୍୍ସି ଗୁପ୍ତା, ଝାଡ଼ଖଣ୍ଡର ପୂର୍ବ ମୁଖ୍ୟ ସଚିବ ଅଶୋକ କୁମାର ବସୁ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ୪ ଦୋଷୀଙ୍କ ଦଣ୍ଡାଦେଶ ସଂକ୍ରାନ୍ତ ଶୁଣାଣି ଆସନ୍ତାକାଲି ହେବ। ସିବିଆଇର ସ୍ୱତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଆଜି ରାୟ ଘୋଷଣା କରିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଝାଡ଼ଖଣ୍ଡର ରାଜହରା ନର୍ଥ କୋଲ୍ ବ୍ଲକ୍କୁ କୋଲକାତାରା ଭିନି ଆଇରନ ଆଣ୍ଡ ଷ୍ଟିଲ ଉଦ୍ୟୋଗ୍ ଲିମିଟେଡ୍ (ଭିସୁଲ୍)କୁ ଆବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିଲା। କୋର୍ଟ ଏହି ମାମଲାରେ ଭିସୁଲର ନିର୍ଦ୍ଦେଶକ ବୈଭବ ତୁଲସ୍ୟାନ ଏବଂ ଦୁଇ ସରକାରୀ ଅଧିକାରୀ ବସନ୍ତ କୁମାର ଭଟ୍ଟାଚାର୍ଯ୍ୟ, ବିପିନ ବିହାରୀ ସିଂହ ଏବଂ ଚାର୍ଟଡ ଆକାଉଣ୍ଟାଣ୍ଟ୍ ନବୀନ କୁମାର ତୁଲସ୍ୟାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।
କୋଇଲା ଦୁର୍ନୀତି:ପୂର୍ବ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ସମେତ ୪ ଦୋଷୀ ସାବ୍ୟସ୍ତ, ଦଣ୍ଡ ଘୋଷଣା ଆଜି
Advertisment
Follow Us