ନେପାଳରେ ‘ପ୍ରଚଣ୍ଡ ସରକାର’ର ପତନ: ଆସ୍ଥା ଭୋଟ୍‌ ହାରି‌ଲେ ପ୍ରଧାନମନ୍ତ୍ରୀ

Advertisment
ନେପାଳରେ ‘ପ୍ରଚଣ୍ଡ ସରକାର’ର ପତନ: ଆସ୍ଥା ଭୋଟ୍‌ ହାରି‌ଲେ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳରେ ପୁଣି ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ୍ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ୍‌-ୟୁଏମ୍‌ଏଲ) ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ‘ ପ୍ରଚଣ୍ଡ’ ଶୁକ୍ରବାର ସଂସଦରେ ଆସ୍ଥା ଭୋଟ୍‌ ହାରିଯାଇଛନ୍ତି। ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୬୯ ବର୍ଷୀୟ ପ୍ରଚଣ୍ଡଙ୍କୁ ୬୩ଟି ଭୋଟ୍ ମିଳିଛି। ଏହି ପ୍ରସ୍ତାବ ବିରୋଧରେ ୧୯୪ଟି ଭୋଟ୍ ପଡ଼ିଥିଲା। ଆସ୍ଥା ଭୋଟ ଜିତିବା ପାଇଁ ଅତି କମରେ ୧୩୮ଟି ଭୋଟ୍‌ ଆବଶ୍ୟକ ଥିଲା। ୨୦୨୨ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରଠାରୁ ପ୍ରଚଣ୍ଡ ୪ଟି ଆସ୍ଥା ଭୋଟ୍‌ରୁ ବର୍ତ୍ତିଯାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ ଗତ ସପ୍ତାହରେ ଗୃହର ସବୁଠାରୁ ବଡ଼ ଦଳ ନେପାଳ କଂଗ୍ରେସ ସହ ସରକାର ଗଠନ ପାଇଁ ଚୁକ୍ତି କରିବା ପରେ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ନେପାଳ କଂଗ୍ରେସ ସଭାପତି ଶେର୍‌ ବାହାଦୁର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe